କଟକ ସଦର ୧୧/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ନେତାଜୀ ବସ୍ ଟର୍ମିନାଲ (CNBT) ପରିସରରେ ଓରମାସ ପକ୍ଷରୁ “ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର” ଖୋଲିଛି। ଏହାକୁ କଟକ ସାଂସଦ ଭର୍ତୃହରି ମହତାବ ଉଦଘାଟନ କରିଥିବା ବେଳେ ଏଥିରେ ଚୈ।ଦ୍ୱ।ର-କଟକ ବିଧାୟକ ସୈ।ଭିକ ବିଶ୍ବାଳ, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ,ସିଏମସି କମିଶନର କିରଣଦୀପ କଉର ସହୋଟା ଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ।

ସୂଚନାଯୋଗ୍ୟ ଯେ ଗତ କିଛିଦିନ ତଳେ ନେତାଜୀ ବସ୍ ଟର୍ମିନାଲ ଏଠାରୁ ଉଠାଇଦେଵା ଉଚିତ୍ ବୋଲି କହି ସାଂସଦ ଭର୍ତୃହରି ମହତାବ ଚର୍ଚ୍ଚାକୁ ଆସିଥିଲେ। ଚର୍ଚ୍ଚା ନଥମୁଣୁ ସେହି ଟର୍ମିନାଲ ଭିତରେ ଗ୍ରାମୀଣ ବଜାରକୁ ସାଂସଦ ଉଦଘାଟନ କରିବାକୁ ନେଇ ପୁଣି ଚର୍ଚ୍ଚା ଦ୍ୱିଗୁଣିତ ହୋଇଛି।
