ରାଉରକେଲା,୧୮/୦୩/୨୦୨୫ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ)- ଓଡ଼ିଶାର ଅଗ୍ରଣୀ ସାମାଜିକ ସଂସ୍କୃତିକ ଅନୁଷ୍ଠାନ ହାପି ମୁମେଣ୍ଟ ଇଣ୍ଡିଆ ପକ୍ଷରୁ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଏବଂ ନାଗରିକ ସମ୍ମାନ ସମାରୋହ ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ପରିସରରେ ମହା ଆଡ଼ମ୍ବର ସହ ପାଳିତ ହୋଇଯାଇଛି।
ଉକ୍ତ କାର୍ୟ୍ୟକ୍ରମଟି ଆନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ତତ୍ବାବଧାନରେ ଆୟୋଜିତ ହୋଇଥିବାବେଳେ ରାଜ୍ୟ ପ୍ରତିନିଧି ପ୍ରଦୀପ ଚୈଧୁରୀ ,ଡଃ ଅରୁଣ କୁମାର ପାଣି , ସୈ।ଦାମିନି ଦାସ , ହୃଦାନନ୍ଦ ସାସମଲ , ଅକ୍ଷୟ ନାୟକ ଏବଂ ବିଜୟ ପ୍ରସାଦ ଉଲ୍ଲାକା , ସସ୍ମିତା ସାହୁ, ଜୟ ଶ୍ରୀ ମୁଦ୍ରା ଙ୍କ ସହଭାଗିତାରେ ଖୁବ୍ ସୁନ୍ଦର ଭାବରେ ଆୟୋଜିତ ହୋଇଛି। ପ୍ରଥମ ପର୍ୟ୍ୟାୟରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଦେବୀପ୍ରସାଦ ପଟ୍ଟନାୟକ, ଭୁବନେଶ୍ୱର (ମଧ୍ୟ ବିଧାୟକ ଅନନ୍ତ କୁମାର ଜେନା ) ଏକାମ୍ର ଅଞ୍ଚଳର ବିଧାୟକ ବାବୁ ସିଂ , ଅର୍ଜନ ପୁରସ୍କାର ପ୍ରାପ୍ତ ମିନତି ମହାପାତ୍ର , ସମାଜ ସେବୀ ବନ୍ଦନା ମହାପାତ୍ର ଏବଂ ହାପି ମୁମେଣ୍ଟ ର ରାଜ୍ୟ ପ୍ରମୁଖ ତଥା ବରିଷ୍ଠ ସମାଜ ସେବୀ ଶଶଧର ପଣ୍ଡା ଯୋଗଦାନ କରି ବିକଶିତ ଭାରତ ବର୍ଷର ଗଠନ ରେ ନାଗରିକ ଙ୍କ କର୍ତ୍ତବ୍ୟବୋଧ ତା ଉପରେ ଆଲୋଚନା କରାଯାଇଥିଲା।
କାର୍ୟ୍ୟକ୍ରମ ମଧ୍ୟରେ ମୂଖ୍ୟ ଆକର୍ଷଣୀୟ ଶିଶୁ କଳାକାର ମାନଙ୍କ ଦ୍ଵାରା ନୃତ୍ୟ , ସଙ୍ଗୀତ , ପରିବେଷଣ କରାଯାଇଥିଲା । ସମ୍ବର୍ଦ୍ଧିତ ବ୍ୟକ୍ତିଙ୍କ ମଧ୍ୟରେ ସ୍ନେହା ମିଶ୍ର, ବିଶ୍ବନାଥ ଶବର , କଳ୍ପନା ମହାପାତ୍ର, ଅରୁଣ ପାଣି , ସୁଭଦ୍ରା ପ୍ରଧାନ ବନବିଭାଗ ବନରକ୍ଷୀ କୁନି କୁସୁଲିଆ, ଧନେଶ୍ଵରୀ ପାତ୍ର, ଚନ୍ଦା ଚରଣ ପାଣିଗ୍ରାହୀ, ପ୍ରଭାତ ଏଞ୍ଜିୟର ସେକେରେଟାରି ଡଃ ସୁରେଶ କୁମାର ମିଶ୍ର , ପ୍ରଣୟ ସ୍ୱାଇଁ ,ପାର୍ଥ ରାଉତ ,ଗତାଞ୍ଜଳି ମହାପାତ୍ର , ଲଳିତେନ୍ଦୁ , ରବିନ୍ଦ୍ର ମହାପାତ୍ର , ତନୁଜା ସତପଥି, କବିତା ପାତ୍ର, ନିଜର ପ୍ରତିଭା ପ୍ରତିପାଦନ କରିଥିଲେ।
କାର୍ୟ୍ୟକ୍ରମ ର ଦ୍ଵିତୀୟ ଓ ଶେଷ ପର୍ୟ୍ୟାୟ ରେ ଓଡ଼ିଶାର ୨୪ ଜିଲ୍ଲା ର ୧୨୮ ଜଣ ପ୍ରତିଭାବାନ ବ୍ୟକ୍ତିଙ୍କୁ ମଞ୍ଚ ଉପରେ ପୁଷ୍ପଗୁଚ୍ଛ ,ମାନ ପତ୍ର,ଉତ୍ତରୀୟ ଏବଂ ଟ୍ରଫି ଦେଇ ଏକାମ୍ର ପ୍ରତିଭା ସମ୍ମାନରେ ସମ୍ମାନୀତ କରିବା ସହ ଓଡ଼ିଶା ଜାତି ଗର୍ବ ଓ ଗୌରବ ରଖିବା ପାଇଁ ଶପଥ କରାଯାଇଥିଲା। ଉଭୟ ବିଧାୟକ ଏବଂ ଅନ୍ୟ ଅତିଥି ଗଣ ହାପି ମୁମେଣ୍ଟ ର ଏହି କାର୍ୟ୍ୟକ୍ରମ କୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ। ଓ ନିଜେ ଆନନ୍ଦ ରେ ରହିବା ଏବଂ ସମାଜରେ ଆନନ୍ଦ ବିସ୍ତାର କରିବା ମୂଳ ଲକ୍ଷ ନେଇ କାମ କରୁଥିବା ଅନୁଷ୍ଠାନ ହାପି ମୁମେଣ୍ଟ ଇଣ୍ଡିଆ ର ଆବାଳ ବୃଦ୍ଧ , ବୃଦ୍ଧା ବନିତା ଙ୍କର ମୂଖ୍ୟ ସ୍ଥାନ ସୃଷ୍ଟି କରିପାରିଛି।
ଏହି କାର୍ୟ୍ୟକ୍ରମ ରେ ନମ୍ରତା ମହାନ୍ତି , ସଂଯୋଜନା କରିଥିଲାବେଳେ ଦକ୍ଷିଣ ଓଡିଶାର ରାଜ୍ୟ ପ୍ରତିନିଧି ଶ୍ରୀ ପ୍ରଦୀପ ଚୈଧୁରୀ , ସହାୟକ ଭାବରେ କାର୍ୟ୍ୟରତ ଥିଲେ। ଶେଷରେ ସମସ୍ତେ ମିଶି ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଶେଷରେ ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଧନ୍ୟବାଦ୍ ଅର୍ପଣ କରୁଥିଲେ।