ଜଗତସିଂହପୁର, ୨୩/୮/୨୦୨୪ (ଓଡ଼ିଶା ସମାଚାର)- ଗତକାଲି ଦୁର୍ଗା ବଜାରରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ଜଗତସିଂହପୁର ଶାଖାକୁ ଜଗତସିଂହପୁରର ମୁକୁନ୍ଦପୁର ଠାରେ ନୂତନ ପରିସରକୁ ସ୍ଥାନାନ୍ତର କରାଯାଇଛି । ଏହି ସ୍ଥାନାନ୍ତରିତ ନୂତନ ଶାଖା ଓ ଏ ଟି ଏମ କାଉଣ୍ଟର କୁ ଜିଲ୍ଲାପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ଓ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମ
ରେ ଜିଲ୍ଲାପାଳ ଶ୍ରୀ ସୋନାଲ ପ୍ରଥମେ ଚାରା ରୋପଣ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ଏବଂ ପରେ ରିବନ୍ କାଟିବା ଏବଂ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା ।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ, ଶ୍ରୀ ତରିଣୀ ରଂଜନ ରାୟ, ତହସିଲଦାର, ଜଗତସିଂହପୁର , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ବ୍ୟାଙ୍କ ପକ୍ଷରୁ ଶ୍ରୀମତୀ ଏମ ଅରୁଣା, ଏଫ୍ ଜିଏମ୍ ଭୁବନେଶ୍ୱର, ଶ୍ରୀ ସଚ୍ଚିକାନ୍ତ ଦାସ, ଡିଜିଏମ୍ / ଜୋନାଲ ମ୍ୟାନେଜର ଭୁବନେଶ୍ୱର, ଶ୍ରୀ ବିଶ୍ୱନାଥ ଦାସ, ଆସିସ୍ଟାଣ୍ଟ ଜୋନାଲ ମ୍ୟାନେଜର,ଭୁବନେଶ୍ୱର, ଶ୍ରୀ ପଙ୍କଜ କୁମାର ସାହୁ, ଶାଖା ପରିଚାଳକ, ଇଣ୍ଡିଆନ ବ୍ୟାଙ୍କ ଜଗତିଂହପୁରର ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ୧୩ ଟି ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଗୋଟିଏ ଶିକ୍ଷାଗତ ଋଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର ଟିକେଟ୍ ପ୍ରଦାନ କରାଯାଇଥିଲା ।