ଭୁବନେଶ୍ୱର,୨୭/୦୪/୨୦୨୬ (ଓଡ଼ିଶା ସମାଚାର)- ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ବାର୍ଷିକ ବୈଠକର ସମାପନ ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ନୀଳୟକାନ୍ତ ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଉଦ୍ୟୋଗୀ, ନୂତନ ଉଦ୍ୟୋଗୀ ସେମାନଙ୍କ ସମସ୍ୟା, ସମାଧାନ ସହିତ ରାଷ୍ଟ୍ରର ପ୍ରଗତିରେ ନିଜନିଜ ଶ୍ରେଷ୍ଠତ୍ବ ଦେବା ସହିତ ନୂତନ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମତବ୍ୟକ୍ତ କରିଥିଲେ ।
ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର ଉଦ୍ୟୋଗୀଙ୍କ ସମ୍ମାନ, ସୁରକ୍ଷା ଓ ସମୃଦ୍ଧି ଉପରେ ଆଲୋକପାତ କରିବା ସହ ପ୍ରତି ଉଦ୍ୟୋଗୀ ଜଣେ ଜଣେ ରାଷ୍ଟ୍ର ନିର୍ମାତା ବୋଲି ମତ ବ୍ୟକ୍ତ କରିଥିଲେ ।ଏହି ଅବସରରେ ଅତିଥି ଭାବେ ଥିବା ବରିଷ୍ଠ ଉଦ୍ୟୋଗୀ ବିଜୟ କୁମାର ସାହୁ ଓ ତପନ କୁମାର ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସୀତାଂଶୁ ଶେଖର ମହାରଣା, ମନୋରଞ୍ଜନ ବାରିକ ପ୍ରମୁଖ ପରିଚାଳନା କରିଥିଲେ ।
