କୋଇଡା,୦୨/୧୨/୨୦୨୩ (ଓଡ଼ିଶା ସମାଚାର)- କୋଇଡା ଖଣି ମଣ୍ଡଳ ମାଲଦା ଗ୍ରାମ ପଞ୍ଚାୟତ ସ୍ଥିତ ରୁଙ୍ଗଟା ସନ୍ସ ପ୍ରା ଲିମିଟେଡ୍ ଅଡାଘାଟ ଲୌହ ଖଣି ରେ ଗତ ୧୬ ନଭେମ୍ବର ଠାରୁ ଆରମ୍ଭ ହୋଇଥିବା ସ୍ୱଛତା ପକ୍ଷ ର ଆଜି ଉଦଯାପନ ସଭା ଅନୁଷ୍ଠିତ ହୋଇଥିଲା । ଏଥି ସହିତ ୨୫ ତମ ଖଣି ପରିବେଶ ଏବଂ ଖଣିଜ ସମ୍ପଦ ସଂରକ୍ଷଣ ସପ୍ତାହ ପ୍ରାରମ୍ଭ ହୋଇଯା଼ଇଅଛି । ଉପୋରୋକ୍ତ ସଭା ରେ ଅଡାଘାଟ ଲୌହ ଖଣିର ମହା ପ୍ରବନ୍ଧକ ସୁବାସ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ଉପସ୍ଥିତ କର୍ମୀ ଓ କର୍ମଚାରୀ ମାନଙ୍କୁ ଉଦବୋଧନ ଏବଂ ଅଭିଭାଷଣ ପ୍ରଦାନ କରି ଉତ୍ସାହିତ କରିଥିଲେ । ସର୍ବ ଶେଷରେ ବରିଷ୍ଠ କାର୍ମିକ ପ୍ରବନ୍ଧକ ଅଜୟ କୁମାର କର ଧନ୍ୟବାଦ ଅର୍ପଣ କରି ମୁଖ୍ୟ ଅତିଥିଙ୍କ ବଳିଷ୍ଠ ମାର୍ଗଦର୍ଶନ ଏବଂ ଉପଯୁକ୍ତ ପଥ ପ୍ରଦର୍ଶନ ପାଇଁ ସମସ୍ତ କର୍ମୀ ଓ କର୍ମଚାରୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ ।