ରୂପାୟନ ତରଫରୁ ହୋଲି ଉତ୍ସବ ପାଳିତ

ଭୁବନେଶ୍ୱର,୧୬/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ନିକଟସ୍ଥ ଝରିର ଓସ୍ତପାଳ ଠାରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରୂପାୟନ ତରଫରୁ ହୋଲି ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି।

ରୂପାୟନ ପରିବାର ସହିତ ଓସ୍ତପାଳ ଗ୍ରାମବାସୀ ଭାଇଚାରାର ରଙ୍ଗ ହୋଲି ଉତ୍ସବ ଖୁବ ଧୂମଧାମରେ ମନେଇ ଥିଲେ। ଏହି ଅବସରରେ ଉତ୍ସବ ପାଳନ ସହ ଓଡ଼ିଆ ପରମ୍ପରା ଆଉ ସଂସ୍କୃତିକୁ ଯୋଡି ରଖିବାର ପ୍ରୟାସ ଥିଲା ରୂପାୟନ ସଙ୍ଗଠନର ମୁଖ୍ୟ ଆଭିମୁଖ୍ୟ ବୋଲି କହିଥିଲେ ଟ୍ରଷ୍ଟି ମୁଖ୍ୟ ଶ୍ରଦ୍ଧାଞ୍ଜଳି ରାୟ।

ପାଳିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ହରିଚନ୍ଦନ, ତାପସ ପାଣି, ଦିଲୀପ ସେଠି, ମମତା ସାହୁ, ନିବେଦିତା ଜେନା, ବିଶ୍ୱଭୂଷଣ ରଥ, ସ୍ମୁତିରେଖା ନାୟକ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *