ସମାଜ ସେବା କ୍ଷେତ୍ରରେ ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ସମ୍ମାନ ଜନକ ଡ଼କ୍ଟରେଟ ଡିଗ୍ରୀ

ନିରାକାରପୁର, ୧୦/୦୨/୨୦୨୪ (ଓଡ଼ିଶା ସମାଚାର)- ସମାଜ ସେବା କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ଯୁବ ସମାଜ ସେଵୀ ସଂଜୟ ପଟନାୟକଙ୍କୁ ଆମେରିକାନ ଆଲିଆନ୍ସ ବିଶ୍ଵବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷ ପାଇଁ ସମ୍ମାନ ଜନକ ଡ଼କ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡ଼ ପୋଖରୀଆରେ ୨୯୭୪ ମସିହାରେ ବାପା ବିଶ୍ୱ ମୋହନ ପଟନାୟକ ଓ ମାତା ସୁବର୍ଣ୍ଣ ପଟନାୟକ ଙ୍କ ଔରସରୁ ସଂଜୟ ପଟନାୟକ ଙ୍କ ଜନ୍ମ ଗ୍ରହଣ କରିଥିଲେ। ସଂଜୟ ବିଦ୍ୟାଳୟ ରେ ପାଠ ପଢିବା ଦିନ ଠାରୁ ସମାଜ ସେବା ପ୍ରତି ବେଶ ଆଗ୍ରହ ଦେଖାଇଥିଲେ।ସେହି ଦିନ ଠାରୁ ସମସଜ ସେବାକୁ ଗୁରୁ ମନ୍ତ୍ର ଭାବେ ଗ୍ରହଣ କରି ଦିନକୁ ଦିନ ଆଗେଇ ଚାଲିଥିଲେ.।ଏହାରି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ପିପୁଲସ ଫୋରମ ସଂଗଠନ ର ମୁଖ୍ୟ ଦୋଳ ଗୋବିନ୍ଦ ପଟନାୟକ ଙ୍କ ସାନିଧ୍ୟରେ ଆସିବା ପରେ ଗୋ ସେବା , ସଡ଼କ ସୁରକ୍ଷା , ମାନସିକ ବିକାରଗ୍ରସ୍ତ ଙ୍କର ସୁରକ୍ଷା ସହ ମହିଳା ମାନଙ୍କର ଅର୍ଥନେତୀକ ଅଗ୍ରଗତି ନେଇ କାର୍ୟ୍ୟ କରିଚାଲିଲେ।ଏଥିପାଇଁ ଆଜି ସଂଜୟ ପଟନାୟକ ଙ୍କୁ ଏଭଳି ସମ୍ମାନ ଜନକ ଡ଼କ୍ଟରେଟ ଡିଗ୍ରୀ ପ୍ରଦାନ କରିଛି ଆମେରିକାନ ଆଲିଆନ୍ସ ବିଶ୍ଵବିଦ୍ୟାଳୟ। ଏଥିପାଇଁ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ସଂଜୟ ପଟନାୟକ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛି। ସଂଘର ସଭାପତି ପଦ୍ମନାଭ ବିଶ୍ୱାଳ , ଉପ ସଭାପତି ମନୋଜ ନାଇଡ଼ୁ , ଉପଦେଷ୍ଟା ପ୍ରଦୋଷ ଦାଶ , ସମ୍ପାଦକ ମନୋଜ କୁମାର ପଟନାୟକ , ପ୍ରଵକ୍ତା ସରୋଜ କୁମାର ପାଇକରାୟ , ସହ .ସମ୍ପାଦକ ରାମଚନ୍ଦ୍ର ପରିଡା , ସାମ୍ବାଦିକ ଦୁର୍ଗା ଚରଣ ଦାଶ , କମଳ ଲୋଚନ ପାଇକରାୟ, ହିମାଂଶୁ ଭୁଷଣ ଚମ୍ପତିରାୟ, ଶ୍ୟାମ ସୁନ୍ଦର ପଟ୍ଟନାୟକ, ବାଲୁଙ୍କେଶ୍ଵର ବେହେରା, ରଜନୀ କାନ୍ତ ମିଶ୍ର ,ସୂର୍ୟ୍ୟକାନ୍ତ ସାହୁ , ଅନନ୍ତ ପ୍ରଧାନ., ଅଭିଜିତ ଦାଶ.,ରାକେଶ ଜଗଦେବ..ରାକେଶ ମହାନ୍ତି. ,ଯଦୁମଣୀ ବେହେରା., ପ୍ରଶାନ୍ତ ବେହେରା ପ୍ରମୁଖ ଖୁସି ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *