ନେଟ୍ବଲ ପ୍ରତିଯୋଗିତାରେ ଗଞ୍ଜାମର ୧୩ ଖେଳାଳୀ

ବ୍ରହ୍ମପୁର, ୨୨/୦୨/୨୦୨୫(ଓଡ଼ିଶା ସମାଚାର)- ଆସନ୍ତା ୨୩ ତାରିଖ ଠାରୁ ହରିୟଣା କଳିଙ୍ଗ, ଭିବାନି, ବାଲାଜୀ ସେକେଣ୍ଡାରୀ ସ୍କୁଲରେ ଅନୁଷ୍ଠିତ ହେବାକୁ ଥିବା ୩୭ ତମ ଜାତୀୟ ଜୁନିଅର ନେଟ ବଲ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ୧୩ ଖେଳାଳି ମନୋନୀତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ୧୨ ଜଣ ଚମାଖଣ୍ଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଏସ୍ ସକ୍ଷମ ଶ୍ରୀ ରେଡ୍ଡୀ, ଶ୍ରୀଜିତ୍ ନାୟକ, ଦୀପକ କୁମାର ସେଠୀ, ଶିବରାମ ସାମଲ, ଅର୍ପିତା କାଣ୍ଡି, ସୋନାଲି ଗୌଡ଼, ବୈଶାଖୀ ଲେଙ୍କା, ଜି ବନ୍ଦନା ରେଡ୍ଡୀ, ସିମ୍ରନ୍ ଚୌଧୁରୀ, ଅସ୍ମା ପ୍ରଧାନ, ରୋଷନି ମହାରଣ ଏବଂ ଭାରତୀ ପ୍ରଧାନ ରହିଥିବା ବେଳେ ଏକ ଘୋରେଇ ସ୍କୁଲ ଛାତ୍ର ଆର କ୍ଷୀରୋଦ ରେଡ୍ଡୀ ରହିଛନ୍ତି ।

କୋଚ ଭାବେ ମାଣିକପୁର ସ୍କୁଲ ପିଇଟି ଶିକ୍ଷକ ଜିତେନ୍ଦ୍ର ଖୁଂଟିଆ ଛାତ୍ରଛାତ୍ରୀଙ୍କ ସହ କଟକ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛନ୍ତି । ଆଦର୍ଶ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପିଇଟି ଶିକ୍ଷକ ପିଂଟୁ ବେହେରା ପ୍ରଶିକ୍ଷଣ ଦେଇଥିବା ବେଳେ ସ୍କୁଲ ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରା ସଫଳତା କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *