ରାଜ୍ୟରେ ଧିରେ ଧିରେ କାୟା ବିସ୍ତାର କରୁଛି କରୋନା

ସଂକ୍ରମିତଙ୍କ ସଂଖ୍ୟା ୫୬, ସୁୂସ୍ଥ ହେଲେଣି ୨୦, ସକ୍ରିୟ ସଂକ୍ରମିତ ୩୬
ଭୁବନେଶ୍ୱର,୧୦/୦୬/୨୦୨୫ (ଓଡ଼ିଶା ସମାଚାର)- ରାଜ୍ୟରେ ଧିରେ ଧିରେ କରୋନା କାୟା ବିସ୍ତାର କରୁଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୫୦ ଟପିଲାଣି । ଗତକାଲି ଆଉ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬ କୁ ବୃଦ୍ଧି ପାଇଛି । ଅନ୍ୟ ପକ୍ଷରେ ଆଉ ୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ୨୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ସାରିଛନ୍ତି । ଏବେ ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତ ସଂଖ୍ୟା ୩୬ ।
ପୁରୀ ର ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ସମୟରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୩୦୦ ଡ଼ାକ୍ତର ନିୟୋଜିତ ବେବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ପୁରୀ ଜିଲା ହସପିଟାଲ ରେ ଆଇସିୟୁ ବ୍ୟବସ୍ଥା କରାଯାଇଛି । ଯେଉଁମାନଙ୍କର କୋଭିଡ଼୍ ଲକ୍ଷଣ ରହିଛି, ସେମାନେ ପୁରୀ ରଥଯାତ୍ରା କୁ ନଆସିବା ଭଲ । ମାସ୍କ ପିନ୍ଧିବାକୁ ମଧ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *