ଭୁବନ, ୦୧/୧୨/୨୦୨୪ (ଓଡ଼ିଶା ସମାଚାର)- ଭୁବନ ବ୍ୟାଡମିଣ୍ଟନ ଆସୋସିଏସନ୍ ତରଫରୁ ବିଜୁ ପଟ୍ଟନାୟକ ଖେଳ ଭବନ, ଭୁବନ ଠାରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୪ ଟି ଦଳ ଅଂଶ ଗ୍ରହଣ କରିଥିଲେ । ନୁଆ ଭୁବନ ନୋଡାଲ ହାଇସ୍କୁଲ ପ୍ରଧାନଶିକ୍ଷକ ଖଗେଶ୍ବର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣାମେଣ୍ଟ କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ କୈଳାସ ଚନ୍ଦ୍ର ବେହେରା , ଖେଳ ଭବନ ଅଧିକାରୀ ବିଶ୍ୱଜିତ ସାହୁ ଉପସ୍ଥିତ ରହିଥିଲେ ।
ପବନ କୁମାର ଅଗ୍ରୱାଲ ଙ୍କ ନେତୃତ୍ୱ ରେ ଭୁବନ ବ୍ୟାଡମିଣ୍ଟନ ଆସୋସିଏସନ୍ ଦ୍ୱାରା ଏହି ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ କରାଯାଇ ଥିଲା । ଫାଇନାଲ ମ୍ୟାଚ ରେ ପ୍ରକାଶ ସାହୁ ଓ ପ୍ରଶାନ୍ତ ସାହୁଙ୍କ ଯୋଡ଼ି କୁ ୦-୨ ରେ ହଳଧର ବେହେରା ଓ ଜଗନ୍ନାଥ ବେହେରାଙ୍କ ଯୋଡ଼ି ପରାସ୍ତ କରି ବିଜୟ ଲାଭ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ନରେଶ ପାତ୍ର ଓ ପବନ ଅଗ୍ରୱାଲ ଙ୍କ ଯୋଡ଼ି କୁ ୧-୨ ରେ ପରାସ୍ତ କରି ରତିକାନ୍ତ ବେହେରା ଓ ଅବିସ୍ମୟ ସାମଲ ଯୋଡ଼ି ତୃତୀୟ ସ୍ଥାନ ଦଖଲ କରିଥିଲେ ।
ଉଦଯାପନୀ ଉତ୍ସବରେ କୈଳାସ ଚନ୍ଦ୍ର ବେହେରା ଓ ଦୁଷ୍ମନ୍ତ କୁମାର ପୃଷ୍ଟି ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଫଳ କ୍ରୀଡାବିତ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।