ଝାଡ଼ଖଣ୍ଡକୁ ହରାଇଲା ଓଡ଼ିଶା
କଟକ, ୨୨/୦୨/୨୦୨୫(ଓଡ଼ିଶା ସମାଚାର)- ସ୍ଥାନୀୟ ଜବାହରଲାଲ୍ ନେହରୁ ଇନ୍ ଡୋର ଷ୍ଟାଡିୟମ୍ ରେ ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶା କବାଡ଼ି ସଂଘ ଦ୍ୱାରା ଆୟୋଜିତ ୭୧ତମ ଜାତୀୟ ସିନିୟର୍ ପୁରୁଷ କବାଡ଼ି ଚାମ୍ପିଅନଶିପ୍ ର ଦ୍ୱିତୀୟ ଦିନରେ ଶୁକ୍ରବାର ୩୦ଟି ମ୍ୟାଚ୍ ଅନୁଷ୍ଠିତ ହୋଇଛି । ଖେଳାଯାଇଥିବା ମ୍ୟାଚ୍ ରେ ଓଡ଼ିଶା ଦଳ ୧୬ ପଏଣ୍ଟ ରେ ଝାଡ଼ଖଣ୍ଡକୁ ହରାଇ ଦେଇକ୍ତି ।
ସେହିପରି ଅନ୍ୟ ମ୍ୟାଚ ଗୁଡ଼ିକରେ ସର୍ଭିସେସ୍ ୩୭ ପଏଣ୍ଟ ରେ ଛତିଶଗଡ଼କୁ, ଗୋଆ ୮ ପଏଣ୍ଟ ରେ ଜମ୍ମୁ-କଶ୍ମୀରକୁ, ରାଜସ୍ଥାନ ୨୯ ପଏଣ୍ଟ ରେ ଝାଡ଼ଖଣ୍ଡକୁ, କର୍ଣ୍ଣାଟକ ୨୦ ପଏଣ୍ଟ ରେ ଉତରାଖଣ୍ଡକୁ, ପଞ୍ଜାବ ୨୫ ପଏଣ୍ଟ ରେ ବେଙ୍ଗାଲୁରୁକୁ, ଉତର ପ୍ରଦେଶ ୧୬ ପଏଣ୍ଟ ରେ ଆସାମକୁ, ତାମିଲନାଡ଼ୁ ୨୨ ପଏଣ୍ଟ ରେ ପଣ୍ଡିଚେରୀକୁ, ହରିଆଣା ୨୦ ପଏଣ୍ଟ ରେ ଦିଲ୍ଲୀକୁ, ରେଳବାଇ ୧୮ ପଏଣ୍ଟ ରେ ବିହାରକୁ, ମହାରାଷ୍ଟ୍ର ୧୩ ପଏଣ୍ଟ ରେ ହିମାଚଳ ପ୍ରଦେଶକୁ, ଚଣ୍ଡିଗଡ଼ ୧୯ ପଏଣ୍ଟ ରେ ମଧ୍ୟପ୍ରଦେଶକୁ, ଆନ୍ଧ୍ର୍ରଦେଶ ୧ ପଏଣ୍ଟ ରେ ଗୁଜରାଟକୁ, ସର୍ଭିସେସ୍ ୧୧ ପଏଣ୍ଟ ରେ ଗୋଆକୁ, ଛତିଶଗଡ଼ ୩ ପଏଣ୍ଟ ରେ ଜମ୍ମୁ-କଶ୍ମୀରକୁ, ରାଜସ୍ଥାନ ୨୮ ପଏଣ୍ଟ ରେ ବିଦର୍ଭକୁ, ହିମାଚଳ ପ୍ରଦେଶରେ ୧୯ ପଏଣ୍ଟ ରେ କେରକୁ ହରାଇ ଦେଇଛନ୍ତି ।
ଏହି ଅବସରରେ ଅନ୍ତର୍ଜାତୀୟ କବାଡ଼ି ମହାସଂଘ ନିର୍ଦ୍ଧେଶକ ତେଜସ୍ୱୀ ଗେହଲଟ୍, ଭାରତୀୟ ଆମେଚର୍ କବାଡ଼ି ସଂଘ ସଭାପତି ବିଭୋର ରିନୀତ ଜୈନ, ତାମିଲନାଡ଼ୁ କବାଡ଼ି ସହ ସଭାପତି ମେଲୋ ରାଜା, ସମ୍ପାଦକ ସଫିଉ୍ଲା, ଏସୀୟ କବାଡ଼ି ମହାସଂଘ ବୈଷୟିକ ନିର୍ଦ୍ଧେଶକ କୁଲଦୀପ୍ ଗୁପ୍ତା, ଉତର ପ୍ରଦେଶ କବାଡ଼ି ସଂଘ ସଭାପତି ବିକାଶ ସିଂହ, ସମ୍ପାଦକ ରାଜେଶ ସିଂହ, ଛତିଶଗଡ଼ କବାଡ଼ି ସଂଘ ସଭାପତି ଶଶି ବାଗଲ୍, ଅନ୍ତର୍ଜାତୀୟ କବାଡ଼ି ମହାସଂଘ ବୈଷୟକ ନିର୍ଦ୍ଧେଶ ପ୍ରସାଦ ରାଓ ପ୍ରମୁଖଙ୍କୁ ଓଡ଼ିଶା କବାଡ଼ି ସଂଘ ସଭାପତି ଡ. ଶରତ କୁମାର ସାହୁ, ସମ୍ପାଦକ ଅଜୟ ବେହେରା, ଉପସଭାପତି ପାର୍ଥବୀର ଭୂୟାଁ ଓ ସଦସ୍ୟ ବୀରେନ୍ଦ୍ର ସ୍ୱାଇଁ ସମ୍ବର୍ଦ୍ଧିତ କରିଥିଲେ ।
