ଜିଲ୍ଲାସ୍ତରୀୟ ଅଣ୍ଡର-୧୫ ସିଏମ ଟ୍ରଫି ଫୁଟବଲ ଚାମ୍ପିୟନସିପ୍ ଉଦଘାଟିତ

ପ୍ରଥମ ଦିନ ରେ ୧ -୦ ଗୋଲରେ ମହିନ୍ଦି ପୁର କ୍ଲବ ଓ ଦ୍ୱିତୀୟ ଦିବସ ରେ ପାରାଦୀପ ପୋର୍ଟ ୨-୦ ଗୋଲ ରେ ବିଜୟୀ

ଜଗତସିଂହପୁର, ୦୮/୦୪/୨୦୨୫ (ଓଡ଼ିଶା ସମାଚାର)-   ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା  ଫୁଟବଲ ଆସୋସିଏସନ୍ ର  ମିଳିତ ଆନୁକୂଲ୍ୟରେ ରାଜ୍ୟର କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ତଥା ତୃଣମୂଳ ସ୍ତରରେ କ୍ରୀଡ଼ାବିତମାନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିବା ସହ କ୍ରୀଡ଼ା ପ୍ରତିଭା ବିକାଶ କରିବା ନିମନ୍ତେ   ୧୫ ବର୍ଷରୁ କମ୍ କ୍ରୀଡ଼ାବିତ୍‌ ବର୍ଗ ପାଇଁ (ଅଣ୍ଡର-୧୫ କ୍ୟାଟାଗୋରିରେ) ସିଏମ ଟ୍ରଫି ଫୁଟବଲ ଚାମ୍ପିୟନସିପ୍ ପ୍ରତିଯୋଗିତା ଆୟୋଜିତ କରାଯାଉଛି ।

        ଏହି ପରିପ୍ରେକ୍ଷୀରେ ଗତ କାଲି ରିଜର୍ଭ ପୋଲିସ ଗ୍ରାଉଣ୍ଡ, ପୁନଙ୍ଗ ଠାରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ଜିଲ୍ଲାସ୍ତରୀୟ ଅଣ୍ଡର-୧୫ ସିଏମ ଟ୍ରଫି ଫୁଟବଲ ଚାମ୍ପିୟନସିପ୍ କୁ ଉଦଘାଟନ କରିଛନ୍ତି ।ଜିଲ୍ଲା କ୍ରୀଡା ସଂସଦ ର ଉପ-ସଭାପତି ସାଧୁ ଚରଣ ମହାନ୍ତି, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ବିଶ୍ଵ ବିଜୟନୀ ପଟ୍ଟନାୟକ, ଜିଲ୍ଲା କ୍ରୀଡା ସଂସଦ ର ସମ୍ପାଦକ ଦୋଳ ଗୋବିନ୍ଦ  ଦାସ ଉଦଘାଟନି ସମାରୋହରେ ଉପସ୍ଥିତ ଥିଲେ।

ପ୍ରଥମ ଦିନ ରେ ମହିନ୍ଦିପୂର୍ କ୍ଳବ୍, ବାଇଶି ମୌଜା ଓ ରଘୁନାଥ ଜୀଉ କ୍ଳବ୍, ପୂରଣ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।

ଏହି ମ୍ୟାଚରେ ମହିନ୍ଦି ପୂର୍ ୧-୦  ଗୋଲ୍ ରେ ବିଜୟୀ ହୋଇଥିଲା।

ସେହିପରି ଆଜି ଦ୍ବିତୀୟ ଦିନ ମ୍ୟାଚରେ  ପାରାଦୀପ ପୋର୍ଟ  ଓ ପାରାଦୀପ  ଡାଇମଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।ଏହି ମ୍ୟାଚରେ ପାରାଦୀପ ପୋର୍ଟ ୨-୦ ଗୋଲରେ  ବିଜୟୀ ହୋଇଥିଲା।

  ପ୍ରକାଶ ଥାଉ କି,ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭାମାନଙ୍କୁ ଚୟନ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ଦ୍ୱାରା ସଶକ୍ତ କରାଇବା ଏବଂ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସିଏମ ଟ୍ରଫି ଫୁଟବଲ ଚାମ୍ପିୟନସିପ୍ ପ୍ରତିଯୋଗିତାର ଆୟୋଜନ କରାଯାଉଛି । ଆଗାମୀ ଭବିଷ୍ୟତରେ କ୍ରୀଡ଼ାବିତମାନେ ଯେପରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆୟୋଜିତ ହେଉଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବେ ତାହା ଲକ୍ଷ୍ୟ ରଖାଯାଇଛି ବୋଲି କହିଥିଲେ । ଏହି ଟ୍ରଫି ନିମନ୍ତେ ପ୍ରତ୍ୟେକ ଖେଳାଳୀ ଙ୍କୁ ସରକାର ଙ୍କ ତରଫରୁ ୨ ହଳ ଡ୍ରେସ, ଜୋତା, ମୋଜା ଓ କିଟ ବାଗ ଦିଆ ଯାଇଛି। ଜିଲ୍ଲା ସ୍ତର ରେ ଏହି ଚାମ୍ପିଅନସିପ ୭ ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ।

Leave a Reply

Your email address will not be published. Required fields are marked *