ରାଷ୍ଟ୍ରତିଙ୍କୁ ସାକ୍ଷାତ କଲେ କୋରାପୁଟ ସାଂସଦ

ସୌରା ଭାଷାକୁ ବୈଧାନିକ ମାନ୍ୟତା ଦେବା ପାଇଁ ଅନୁରୋଧ କଲେ

ରାୟଗଡ଼ା,୨୨/୦୨/୨୦୨୫(ଓଡ଼ିଶା ସମାଚାର)- ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କ ଦିଲ୍ଲୀ କାର୍ଯ୍ୟାଳୟରୁ ଜାରି ଏକ ସୂଚନା ପତ୍ରରେ ଦର୍ଶାଯାଇଛି ଯେ, ସାଂସଦ କୋରାପୁଟ ଲୋକସଭା ଶ୍ରୀ ଉଲାକାଙ୍କ ନେତୃତ୍ୱରେ ଓଡ଼ିଶାରୁ ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଆଦିବାସୀ ଅଧିକାର ଏବଂ ଭାଷାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ ନିମନ୍ତେ ଏକ ଦାବି ତ୍ର ପ୍ରଦାନ କରିଥିଲେ ।

 ସାଂସଦ କୋରାପୁଟ ଲୋକସଭା ସପ୍ତଗିରି ଶଙ୍କର ଉଲାକାଙ୍କ ନେତୃତ୍ୱରେ ଓଡ଼ିଶାରୁ ଏକ ପ୍ରତିନିଧି ଦଳ ରାଷ୍ଟ୍ରତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଦୀର୍ଘଦିନ ଧରି ଅପେକ୍ଷା ରଖିଥିବା ଦୁଇଗୋଟି ମୁଖ୍ୟ ପ୍ରସଙ୍ଗ ପ୍ରତି ଯଥା: ଆଦିବାସୀଙ୍କ ଅଧିକାର ଏବଂ ସୌରା ଭାଷାକୁ ବୈଧାନିକ ମାନ୍ୟତା ପ୍ରଦାନ ନିମନ୍ତେ ଓଡ଼ିଶାର ଏହି ପ୍ରତିନିଧି ଦଳ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିବା ସହ ଅନୁରୋଧ କରିଥିଲେ ।

ପ୍ରଥମରେ ଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାରେ ଝୋଡ଼ିଆ ସମ୍ପ୍ରଦାୟର ଅର୍ନ୍ତଭୁକ୍ତିକରଣ, ଦ୍ୱିତୀୟରେ ଭାରତୀୟ ସମ୍ବିଧାନର ଅଷ୍ଟମ ସୂଚୀରେ ସଉରା ଭାଷାକୁ ସ୍ୱୀକୃତି ପ୍ରଦାନ, ଏହି ଦୁଇଟି ଦାବି ସପକ୍ଷରେ ଉକ୍ତ ପ୍ରତିନିଧି ଦଳ ଏକ ସୁବିସ୍ତୃତ , ବଳିଷ୍ଠ, ଯୁକ୍ତି ଭିତିକ ବିବରଣୀ ପ୍ରଦାନ ଦର୍ଶାଇ ଥିଲେ ଯେ, କୋରାପୁଟ,କଳାହାଣ୍ଡି, ଏବଂ ରାୟଗଡା ଜିଲାରେ ବସବାସ କରୁଥିବା ଝୋଡିଆ ସମ୍ପ୍ରଦାୟ ପୂର୍ବର ପରଜା ଜନଜାତିର ସମକକ୍ଷ ଭାବରେ ମାନ୍ୟତା ପାଇଥିଲେ ଏବଂ ୧୯୯୭ ପର୍ଯ୍ୟନ୍ତ ଅନୁସୂଚିତ ଜନଜାତି ବର୍ଗରେ ଅନ୍ତର୍ଭୁକ୍ତ ଥିଲେ ।

କିନ୍ତୁ ଅବିଚାର ପୂର୍ବକ ସେମାନଙ୍କୁ ଏସଟି ତାଲିକାରୁ ବାଦ୍ ଦିଆଗଲା, ଯାହାଦ୍ୱାରାକି, ସେମାନେ ଗଭୀର ଅର୍ଥନୈତିକ ଓ ସାମାଜିକ ସଙ୍କଟ ଦେଇ ଗତିକରୁଥିବା ଉଲ୍ଲେଖ କରାଯାଇଛି ।

ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଏବଂ ଆଦିବାସୀ ମନ୍ତ୍ରଣାଳୟର ମୁଖ୍ୟ ସଚିବଙ୍କ ସରକାରୀ ଅନୁରୋଧ, ରଜ୍ୟ ସରକାରଙ୍କ ବାରମ୍ବାର ସୁପାରିସ ସତ୍ୱେ ଏ ବିଷୟକୁ ଅଣଦେଖା କରାଯାଇଥିବା ସହ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ହେତୁ ଝୋଡିଆ ସମ୍ପ୍ରଦାୟର ଏସଟି ସ୍ଥିତିର ପୁନରୁଦ୍ଧାର ପାଇଁ ନିର୍ଦ୍ଧେଶ ଦେବା ପାଇଁ ଏହି ପ୍ରତିନିଧି ଦଳ ଅନୁରୋଧ କରିଥିଲେ ।

ଏଥିସହ ସେମାନଙ୍କର ଶିକ୍ଷା, ରୋଜଗାର, ସହ ଅନ୍ୟାନ୍ୟ କଲ୍ୟାଣ ଯୋଜନାରେ ସୁନିଶ୍ଚିତ କରିବାକୁ ନିର୍ଦ୍ଧେଶ ଦେବା ପାଇଁ ଏହି ପ୍ରତିନିଧି ଦଳ ଅନୁରୋଧ କରିଥିବା ସୂଚିତ କରାଯାଇଛି ।

Leave a Reply

Your email address will not be published. Required fields are marked *