ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ର ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ 

ବାଲିଗୁଡା,୨୦/୦୨/୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ ଗୁରୁବାର ନୂତନ ବିଡ଼ିଓ ଶୁଭ୍ରାଞ୍ଜଳି ପ୍ରଧାନଙ୍କ ତତ୍ୱାବଧାନରେ ବାଲିଗୁଡା ପି,ଏ ଆଇ,ଟି,ଡ଼ି,ଏ ଗଦାଧର ପାତ୍ରଙ୍କ ଉପସ୍ଥିତରେ ୧୪ ଟି ପଞ୍ଚାୟତର ବିଭିନ୍ନ ବିଭାଗ ଅଧିକାରୀ, କର୍ମଚାରୀ, ଜନପ୍ରତିନିଧିଙ୍କୁ ନେଇ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ର ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଆଗାମୀ ଦିନରେ ଗ୍ରାମାଞ୍ଚଳ ଲୋକେ କିପରି ଅଧିକରୁ ଅଧିକ ସାମିଲ ହୋଇ କାର୍ଯ୍ୟାଦେଶ ବାହାର କରି ଜଳସେଚନ ସୁବିଧା କରିବା ସହ ନିଜ ନିଜର ଆର୍ଥିକ ସ୍ଥିତିକୁ ସୁଧାରି ପାରିବା ସହ ଦାଦନ ଖଟିବାକୁ ଯେପରି ଯିବେନାହିଁ ତାହାରି ଉପରେ ସତେତନ କରିବା ଓ ସବୁ ପରିବାରକୁ ସାମିଲ କରିବାକୁ ପ୍ରୟାସ କରିବା ପାଇଁ ବିଡ଼ିଓ ଶୁଭ୍ରାଞ୍ଜଳି  ପ୍ରଧାନ ପ୍ରକାଶ କରିଛନ୍ତି ।  ଏଥିରେ କ. ନୂଆଗାଁ ବ୍ଲକର ସମସ୍ତ ପଞ୍ଚାୟତର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *