ଆଜାଦ୍ କ୍ଲବ ପକ୍ଷରୁ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କେନ୍ଦ୍ରାପଡ଼ା, ୨୦/୦୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ଫକିରାବାଦ୍ ଆଜାଦ୍ କ୍ଲବ ପକ୍ଷରୁ ଏକ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବ୍ଜୁର ରହେମାନ୍ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ପୌରାଧ୍ୟକ୍ଷା ସରିତା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିବା ସହଞ୍ଜ କେନ୍ଦ୍ରାପଡାରେ ଏଭଳି ଟୁର୍ଣ୍ଣାମେଣ୍ଟର ଆୟୋଜନ ଦ୍ୱାରା ଯୁବବର୍ଗଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି ହେବା ସହିତ ଆମ ଜିଲାରେ ବହୁ କ୍ରୀଡାବୀତ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ଡା. ସମି ସଲିମ ଯୋଗଦେଇ ଏଭଳି ପ୍ରତିଯୋଗିତା ଦ୍ୱାରା ଆମ ଅଂଚଳର କ୍ରୀଡାବିତଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇପାରିବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ପୌର ଉପାଧ୍ୟକ୍ଷା ଆକବରୀ ଖାତୁନ ଓ ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ, ଜିଲା କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚରେ କେନ୍ଦ୍ରାପଡାର ଚାନ୍ଦ କ୍ଲବ ସମ୍ବଲପୁରର ବ୍ରଦର ଏଫସି, କୁଚିଣ୍ଡାକୁ ୨-୧ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଆଜିର ଦ୍ୱିତୀୟାର୍ଦ୍ଧରେ କଟକର ତାର୍ଜନ କ୍ଲବ କେନ୍ଦ୍ରାପଡାର ଏସଆରଏଫସିକୁ ଭେଟିଥିଲା । କ୍ଲବର ସମ୍ପାଦକ ସେକ ଲିୟାକତ ଅଲ୍ଲୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପସଭାପତି ମୀର ବକ୍କାଉଲ୍ଲା ଧନ୍ୟବାଦ ଅର୍ପଣ କରିଥିଲେ ।

ସହସମ୍ପାଦକ ସେକ ସଇଫୁଲ୍ଲା ଓ ସେକ ସିରହାନ ଅଲ୍ଲୀ, ଉପଦେଷ୍ଟା ସୟଦ ଅବଦୁଲ ସତାର, ଟିକା ଖାନ୍, ମୀର ଖୁବେର, ଜାହିଦ୍ ଖାନ୍, ଜୁମା ଖାନ୍, ମୀର ୟାସିର, ଅବଦୁଲ ମଲ୍ଲିକ, ମହମ୍ମଦ ଜାକିର, ସେକ ଅକ୍ତର, କଲିମ ଖାନ୍, ନୁରୁଲ ହକ୍, ମୀର ଫାରୁକ୍, ବସ ଖାନ୍, ସୟଦ ଅହେସାନ ଅଲ୍ଲୀ, ଅବଦୁଲ ମଜିଦ, ସେକ କମିଲ, ପ୍ରଦୀପ କୁମାର ବେହେରା, ସେକ ୱାସିମ, ସେକ କମିଲ, ସାଜେଦୁର ରହେମାନ, ଖାଜା ରମଜାନୀ, ଅସିଫ ଖାନ୍, ସେକ ପରୱେଜ ଅକ୍ତର, ସେକ ଅମୀର ଅହମ୍ମଦ, ଫୁରକାନ ଖାନ, ମହମ୍ମଦ ଅମୀର, ନଫିସ ଅହେମ୍ମଦ, ନୁର ଖାନ୍, ଅଝାରୁଦ୍ଧିନ ଖାଁ, ସେକ ନସିରୁଦ୍ଧିନ୍, ରହେମତ ଖାନ୍, ଲାଲାବାବୁ, ସେକ ଫରହାନ୍, ମୁନା ଖାନ୍, ବାବା ଖାନ୍, ଅସିଫ୍ ଖାନ୍, ଅହେମ୍ମଦ ଖାନ୍, ରାଜୁ ଖାନ, ଅଦିବ ଖାନ, ଉସମାନ ଖାନ, ସଫିଉର ରହେମାନ, ସାହାବାଜ୍, ସେକ ଗୁଡୁ, ରାକେଶ ମହାପାତ୍ର, ଆୱାସ, ୱାସିମ୍, ମେହେବୁବ୍ ଅଲ୍ଲୀ, ଫାୟାଜ୍, ଅଲି ଖାନ, ଜସ୍ମିନ୍, ତାଜ ମହମ୍ମଦ, ଇସମାଇଲ, ରିଙ୍କୁ, କରନ, ମୋଜୋ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *