ସାଲେପୁର ବିଦ୍ୟୁତ୍ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଉପଭୋକ୍ତା ସଂଘ ର ବିକ୍ଷୋଭ

ସାଲେପୁର,୧୮/୧୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ସାଲେପୁର ବିଦ୍ୟୁତ୍ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଉପଭୋକ୍ତା ସଂଘ ପକ୍ଷରୁ  ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଟିପିସିଓଡ଼ିଏଲ ର ଗ୍ରାହକ ଶୋଷଣ ବିରୁଦ୍ଧରେ ସଂଘ ପକ୍ଷରୁ ଏକ ପ୍ରତିବାଦସଭା ଅନୁଷ୍ଠିତ ହୋଇଥିଲା  ।  ନନ୍ଦ କିଶୋର ଭୂୟାଁଙ୍କ  ତତ୍ତ୍ଵାବଧାନରେ ତଥା ଗଗନ ଦାସଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା  ସଂଘ ର ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟରେ ଟିପିସିଓଡ଼ିଏଲ କମ୍ପାନୀ ଯେଉଁଭଳି ବିଦ୍ୟୁତ ଗ୍ରାହାକ ମାନଙ୍କୁ ବିଭିନ୍ନ ଆଳ ଦେଖାଇ ଶୋଷଣ କରୁଛନ୍ତି ,ତାହାର ଦୃଢ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଥିଲେ । ଅନ୍ୟତମ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ ଯୋଗଦେଇ ସରକାର କମ୍ପାନୀ ମାଧ୍ୟମରେ ବିଦ୍ୟୁତ୍ ବିଲ ଆଳରେ ଗ୍ରାହକମାନଙ୍କୁ ଶୋଷଣ କରି ଚାଲିଛନ୍ତି। ଏହାର ଉପଯୁକ୍ତ ଜବାବ ଓଡ଼ିଶାବାସୀ ଆଗାମୀ ଦିନରେ ଦେବେ ବୋଲି ପ୍ରକାଶ କରିଥିଲେ ।

 ବରିଷ୍ଠ ବିଜେଡି ନେତା ଦିଲୀପ ଦାସ ,କମ୍ୟୁନିଷ୍ଟ ନେତା ଉଦୟ କେଶରୀ ବର୍ମା ,ମାହାଙ୍ଗା ଅଞ୍ଚଳରୁ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର , ବିଜେଡି ନେତା ନବ କିଶୋର କର ,କଂଗ୍ରେସ ନେତା ହରିବନ୍ଧୁ ଶତପଥୀ ,ବିଜେପି ନେତା ବେଣୁଧର ପ୍ରଧାନ ,ସାଲେପୁର ବିଜେଡ଼ି ଯୁବ ନେତା ଗୁଲୁରେଜ ଅଲ୍ଲୀ ,ଯୁବ ସମାଜସେବୀ କିରଣ ଭୂୟାଁ ,ସୁନାକର ବରାଳ ,ଅଜିତ ପଣ୍ଡା ,ଜୟଦେବ ଶତପଥୀ , ବିଘ୍ନେଶ୍ୱର ସାହୁ ,କଂଗ୍ରେସ ନେତା ସଂଗ୍ରାମ ବାରିକ , ପର୍ବେଶ୍ ଅଲ୍ଲୀ ଙ୍କ ସମେତ ଟାଙ୍ଗୀ ଚୌଦ୍ଵାର ,ସାଲେପୁର , ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ଅଞ୍ଚଳର ବହୁ ବିଦ୍ୟୁତ ଉପଭୋକ୍ତା ଯୋଗ ଦେଇ ଟିପିସିଓଡ଼ିଏଲ ର ମନମୁଖୀ କାର୍ଯ୍ୟକୁ ତୀବ୍ର ନିନ୍ଦା କରିବା ସହ ଆଗାମୀ ଦିନରେ ଆନ୍ଦୋଳନ କୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଥିଲେ ।

Leave a Reply

Your email address will not be published. Required fields are marked *