କଟକ ସଦର ବ୍ଲକ: ଠିକା କାର୍ଯ୍ୟ ବନ୍ଦ କୁ ନେଇ ଠିକାଦାର ସାଜିଥିବା କୁଜି ନେତା ଛାନିଆ, ଫେରିବ ଗ୍ରାମସଭା ଓ ପଲ୍ଲୀସଭା 

କଟକ ସଦର ,୧୫/୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଵ୍ଲକରେ ଆଜକୁ ପନ୍ଦର ବର୍ଷ ହେଲା ଚାଲିଥିବା ବେଆଇନ ନିର୍ମାଣକୁ ନେଇ ଆକ୍ସନ ମୁଡରେ ଏଵେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ବୋଲି ଶୁଣାଯାଉଛି। ଅନିୟମିତତା ମଧ୍ୟରେ ବିଭାଗ ନାଁ ରେ କାର୍ଯ୍ୟାଦେଶ ରହି ପୂର୍ବତନ ବିଧାୟକଙ୍କ ଚିଠାରେ କୁଜି ନେତା ମାନେ ତମର ଅଧେକୁ ଆମର ଅଧେ ନ୍ୟାୟରେ ନିମ୍ନ ମାନର କାର୍ଯ୍ୟ କରିଥିବା ଅଭିଯୋଗ ହୋଇଆସୁଥିଲା। ଏପରିକି ସବୁ ନୀତିନିୟମକୁ ଅଣଦେଖା କରି ପବ୍ଲିକ ଜାଗା ପରିବର୍ତ୍ତେ ପ୍ରାଇଭେଟ୍ ଜାଗାରେ ଏଵଂ ଜିଇଓ ଟ୍ୟାଗିଙ୍ଗ୍ ରେ ଅନିୟମିତତା କରି ବ୍ଲକ ଜେଇମାନେ ସରକାରୀ ନିର୍ମାଣ କରିଥିବା ଅଭିଯୋଗ ହେଉଛି। ଅଭିଯୋଗ ଉପରେ ଗୁରୁତ୍ବ ଦେଇ ନୁଆ ବିଧାୟକ ଏଵେ ବେଆଇନ କାର୍ଯ୍ୟ ଗୁଡ଼ିକର ତଦନ୍ତ ଓ ସମୀକ୍ଷା ପର୍ଯ୍ୟନ୍ତ ରୋକ୍ ଲଗାଇଥିବା ଜଣାପଡିଛି। ଯାହା ଫଳରେ ମଧୁଚନ୍ଦ୍ରିକା ରେ ଥିବା ଜେଇ ଓ ଠିକାଦାର ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।  କାର୍ଯ୍ୟ ର ସ୍ୱଚ୍ଛତା ପାଇଁ ପୂର୍ଵ ପ୍ରଚଳିତ ଗ୍ରାମସଭା ଓ ପଲ୍ଲୀସଭା ଫେରିଵ ବୋଲି ନୁଆ ମୋହନ ସରକାର ଚିନ୍ତା କରୁଥିବାକୁ ନେଇ ଏଵେ କଳ୍ପନା ଜଳ୍ପନା ପ୍ରକାଶ ପାଉଛି । ସୂଚନାଯୋଗ୍ୟ ଯେ ଗତ ୮ ତାରିଖ ରେ ବେଆଇନ ନିର୍ମାଣ ଉପରେ’ ଓଡ଼ିଶା ସମାଚାର’ ରେ ବିସ୍ତୃତ ଖଵର ପ୍ରକାଶ ପାଇଵା ପରେ ନୁଆ ବିଧାୟକ ଆକ୍ସନ ମୁଡ୍ କୁ ଓହ୍ଲାଇଥିବା ଥିବା ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *