କୃଷକ ତାଲିମ୍ କାର୍ଯ୍ୟକ୍ରମ

ସୋର,୧୯/୦୨/୨୦୨୫(ଓଡ଼ିଶା ସମାଚାର)- ସୋର ବ୍ଲକ୍ ଅନ୍ତର୍ଗତ କେଦାରପୁରରେ ଭୂମିପୁତ୍ର ସେବା ପ୍ରତିଷ୍ଠାନ ଓ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ କୃଷକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ନାବାର୍ଡ ର ବାଲେଶ୍ୱର ଜିଲା ବିକାଶ ଅଧିକାରୀ ତାପସ ପ୍ରଧାନ ଉଦ୍ଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ସୋର ପଂଚାୟତ ସମିତି ଅଧ୍ୟକ୍ଷା ଅନୁସାୟା ମଲ୍ଲିକ, ସମ୍ମାନିତ ଅତିଥିଭାବେ ବ୍ୟାଙ୍କ ମୁଖ୍ୟ ଜିଲା ପରିଚାଳକ ମୋତି କୁମାର ଶାହା, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼ ଅମିତା ରାନୀ ପାତ୍ର, କୃଷି ବିଜ୍ଞାନ କେନ୍ଦ୍ରର କୃଷି ଯାନ୍ତ୍ରିକ ଡ଼ ଅମିତ୍ କୁମାର ମାଝୀ, ୪୪ନଂ ଜିଲାପରିଷଦ ଜୋନ୍ ର ସଦସ୍ୟ ଜୟନ୍ତ କୁମାର ସ୍ୱାଇଁ ଓ ରିଲାଏନ୍ସ ଫାଉଣ୍ଡେସନ୍ ର ବାଲେଶ୍ୱର ଭଦ୍ରକ ଜିଲା ସଂଯୋଜକ ଦିଲ୍ଲୀପ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ବୈଜ୍ଞାନିକ ଅମିତା ରାନୀ ପାତ୍ର ଓ ଅମିତ କୁମାର ମାଝୀ କୃଷକଙ୍କୁ ତାଲିମ୍ ପ୍ରଦାନ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର କାର୍ଯ୍ୟକ୍ରମ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଭୂମିପୁତ୍ର ର ସମ୍ପାଦକ ଶିଶିର ଦାଶଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମହିଳା ଓ ପୁରୁଷ କୃଷକ ତାଲିମ ନେଇଥିଲେ । ଭୂମିପୁତ୍ର ପକ୍ଷରୁ ନୀଳକଂଠ ଦାଶ, ଅନିଲ ନାୟକ, ଜୟ ପ୍ରକାଶ ଦାଶ, ହରିଶ ଲେଙ୍କା, ରମେଶ ପାତ୍ର, ହରିଶ୍ ଜେନା ଓ ଜ୍ୟୋତି୍ରକାଶ ପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *