ଗରଦପୁର, ୨୬/୦୮/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲା କୁଦାନଗରୀ ଥାନା ଅନ୍ତର୍ଗତ ତେଣ୍ଡାକୁଡା ପଂଚାୟତର ବସନ୍ତପୁର ନିକଟରେ ପାଇକା ନଦୀରୁ ପ୍ୟାନ୍ଟ, ସାର୍ଟ ଓ ହେଲମେଟ ପିନ୍ଧିଥିବା ଅବସ୍ଥାରେ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହକୁ କୋରୁଆ ଅଗ୍ନିଶମ ବିଭାଗ ସାହାଯ୍ୟରେ କୁଦାନଗରୀ ଆଜି ବିଳମ୍ବିତ ସନ୍ଧ୍ୟାରେ ପୋଲିସ ଉଦ୍ଧାର କରିଛି । ମୃତ ଦେହରେ ଏକ ପରିଚୟ ପତ୍ର ରହିିଛି । 

କେନ୍ଦ୍ରିୟ ବିଦ୍ୟାଳୟ, ଚାରବାଟିଆ ପକ୍ଷରୁ ଦିଆଯାଇଥିବା ଏହି ପରିଚୟ ପତ୍ର ଯେଉଁଥିରେ ଛାତ୍ରର ନାମ ଅନନ୍ତ ଅର୍ଜୁନ ନାୟକ ଲେଖାଥିବା ଏବଂ ସେଥିରେ ପିତା ଓ ମାତାଙ୍କ ନାମ ଓ ମୋବାଇଲ ଫୋନ୍ ନମ୍ବର ମଧ୍ୟ ରହିଛି । ମୃତ ଦେହ ଉଦ୍ଧାର ହେବା ପରବର୍ତି ଅବସ୍ଥାରେ ଉକ୍ତ ମୋବାଇଲ ନମ୍ବର ରେ ଯୋଗାଯୋଗ କରିବାରୁ ମୃତ ଛାତ୍ରର ପରିବାର ଫୋନ୍ ରିସିଭ୍ ୍କଲେ ଏବଂ ମୃତ ଦେହ ମିଳିଥିବା ଜାଣିଲେ । ଆସନ୍ତା କାଲି ପରିବାର ଲୋକ ପହଂଚିଲେ ଶବ ବ୍ୟବଛେଦ ପାଇଁ ପଠାଯିବ । ତେବେ କିପରି ଏହି ଛାତ୍ରଙ୍କ ମୃତ୍ୟୁ ହେଲା ତାହାର ତଦନ୍ତ ହେଲେ ଜଣାପଡ଼ିବ ।
