କଟକ ସଦର, ୦୭/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର କିଶନନଗର ବିଶ୍ୱାଳପଡା ଠାରେ ଥିବା ଏକମାତ୍ର ଶୀତଳ ଭଣ୍ଡାର ମଣ୍ଟେସୋରୀ ଆଗ୍ରୋଟେକ ୠଣ ଟଙ୍କାକୁ ଏକକାଳୀନ ଓଟିଏସ୍ ମାଧ୍ୟମରେ ଆଦାୟ କରିବାକୁ ମୁଖ୍ୟ ଶାସନ ସଚିବ ଙ୍କ ନିର୍ଦ୍ଦେଶ କ୍ରମେ ସମନ୍ୱୟ ବିଭାଗ ଓଡ଼ିଶା ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଙ୍କୁ ଚିଠି ଲେଖିଥିବା ଜଣାପଡିଛି। ପ୍ରକାଶ ଯେ ଚାଷୀମାନଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଯୁବ ଇଂଜିନିୟର ମାନସ କୁମାର ଲେଙ୍କା ଏଠାରେ ମଣ୍ଟେସୋରୀ ଆଗ୍ରୋଟେକ ନାମରେ ଏକ ଶୀତଳଭଣ୍ଡାର ଖୋଲି ଥିଲେ।
ହେଲେ ସରକାରଙ୍କ ଆନ୍ତରିକତା ଅଭାବରୁ ଶୀତଳ ଭଣ୍ଡାର ଦେଵାଳିଆ ଅବସ୍ଥାରେ ଚାଲିବା ସହିତ ଋଣ ଭାର ବଢ଼ି ବଢ଼ି ଯାଇଥିଲା। ଇତିମଧ୍ୟରେ ପରିଚାଳନା ନିର୍ଦ୍ଦେଶକ ଇଂ ମାନସ ଲେଙ୍କା ଙ୍କର ଅକାଳ ମୃତ୍ୟୁ ଘଟି ସାରିଥିଵାରୁ ବ୍ୟାଙ୍କର ୠଣ ଆଦାୟ ଜୁଲୁମ ପରିବାର ଲୋକଙ୍କୁ ମ୍ରିୟମାଣ କରିଛି। ଏଥିପାଇଁ ସ୍ୱର୍ଗତ ଲେଙ୍କାଙ୍କ ପତ୍ନୀ ପ୍ରତିଚୀ ପ୍ରଧାନ ଏହାର ପୁନଃର୍ଵିଚାର କରିବାକୁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିକଟରେ ନିବେଦନ କରିଛନ୍ତି। ଏଥିପାଇଁ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମଧ୍ୟ ବ୍ୟାଙ୍କ କର୍ତୃପକ୍ଷଙ୍କୁ ଚିଠି ଲେଖିଥିବା ଜଣାପଡିଛି।କୃଷି କୃଷକ ମାନଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ଉକ୍ତ ଶୀତଳ ଭଣ୍ଡାର କୁ ପି ପି ମୋଡ(ସହଭାଗିତା)ରେ ଚାଲୁ ରଖିବାକୁ ସାଧାରଣରେ ଦାବି ହେଉଛି।
