ଅଦ୍ୱୈତ ଦାସ ମହାରାଜଙ୍କ ଦଶମ ବାର୍ଷିକ ସ୍ମରଣୋତ୍ସବ

କଟକ,୧୯/୦୨/୨୦୨୫(ଓଡ଼ିଶା ସମାଚାର)- ଦରଖାପାଟଣା ସ୍ଥିତ ଶ୍ରୀଶ୍ରୀ ଗୋପାଳଜିଉ ଆଶ୍ରମ (ବାୟାବାବା ମଠ) ପରିସରରେ ଶ୍ରୀକଳ୍ପତରୁ ଶ୍ରୀଚିନ୍ଦନ ଟ୍ରଷ୍ଟ ର ଅଗ୍ରଣୀ ସେବକ ଶ୍ରୀଶ୍ରୀ ଅଦ୍ୱୈତ ଦାସ ବାବାଜୀ ମହରାଜାଙ୍କର ଦଶମ ବାର୍ଷିକ ସ୍ମରଣୋତ୍ସବ ଅନୁଷ୍ଠିତ ହୋଇଯାଇଛି । ରୋହିତ କୁମାର ବେହୁରାଙ୍କ ତତ୍ୱାବଧାନରେ ଏବଂ ଶ୍ୟାମାନନ୍ଦ ଦାସ ମହାରାଜଙ୍କ ପୌରୋହିତ୍ୱରେ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଶ୍ରୀ ଅଷ୍ଟପ୍ରହର ନାମଯଜ୍ଞର ଶୁଭାଧିବାସ, ଶ୍ରୀ କଳ୍ପତରୁ ସେବାସଂଘ ସୋସାଇଟିର ବାର୍ଷିକ ସାଧାରଣ ଅଧିବେଶନ, ଶ୍ରୀ ହରିହାଟ, ଶ୍ରୀ ନଗରକୀର୍ତନ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ବିଭିନ୍ନ ପ୍ରାନ୍ତରୁ ୪୦ରୁ ଊଦ୍ଧ୍ୱର୍ କଳ୍ପତରୁ ଆଶ୍ରମ (ମଠ) ର ବାବାଜୀମାନେ ଯୋଗ ଦେଇଥିବା ବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *