ପାରାଵିଲ୍ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର, ୧୩୨ ପଞ୍ଜିକୃତ 

କଟକ ସଦର,୨୬/୦୮/୨୦୨୬ (ଓଡିଶା ସମାଚାର/ ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପାରାଵିଲ୍ ଷଣ୍ଢ ମନ୍ଦିର ନିକଟରେ ଆଜି ବୁଧବାର ଦିନ ସାହୁ ମେଡିସିନ ଷ୍ଟୋର ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୩୨ ଜଣ ଚକ୍ଷୁ ରୋଗୀ ନାମ ପଞ୍ଜିକୃତ କରି ଡ଼ଃ ଅଗ୍ରୱାଲ ଆଇ କ୍ଲିନିକ୍ ର ଚକ୍ଷୁ ବିଶେଷଜ୍ଞଙ୍କ ଦ୍ବାରା ଚକ୍ଷୁ ପରୀକ୍ଷା କରିଥିଲେ।

ଶିଶିର ପରିଚାଳନାରେ ଦୀପକ କୁମାର ସାହୁ, ଫାର୍ମାସିଷ୍ଟ ସୁମିତ୍ରା ରଥ, ପାର୍ଥସାରଥୀ ରାଉତରାୟ,ପ୍ରତାପ ଚନ୍ଦ୍ର ମୁଦୁଲି, ତ୍ରିନାଥ ଵେରା ପ୍ରମୁଖ ଙ୍କ ସମେତ ଡ଼ଃ ଅଗ୍ରୱାଲ ଆଇ କ୍ଲିନିକ୍ ର ଚକ୍ଷୁ ବିଶେଷଜ୍ଞମାନେ ସହାୟତା କରିଥିଲେ। ଆଗାମୀ ଦିନରେ ଆଉ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଏଠାରେ ଅନୁଷ୍ଠିତ ହେବ ବୋଲି ସୁମିତ୍ରା ରଥ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *