ଜୁନାଗଡ଼ ଆର ଏମ ସି, ସୋଲାର ଲାଇଟ କିଣା ଓ ଓଜନ ମାପ ଯନ୍ତ୍ର କିଣା ରେ ମହା ଦୁର୍ନୀତି ଅଭିଯୋଗ- – ଖୋଜିଲେ ମିଳୁ ନାହାନ୍ତି ଅଧିକାରୀ

ଜୁନାଗଡ଼ , ୦୩/୧୦/୨୦୨୪ (ଓଡ଼ିଶା ସମାଚାର)-ଜୁନାଗଡ଼ ଆର ଏମ ସି ଚାଷୀଙ୍କ ବିକାଶ ପାଇଁ ଗଠିତ ଏହି ସଂସ୍ଥା ଟଙ୍କା ଖିଆ କାରଖାନା ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି । ଅଧିକାରୀ ଉଭୟ ମୂଖିଗୁଡା ଓ ଜୁନାଗଡ଼ ଦାୟିତ୍ୱ ରେ ଥିବାରୁ ଜୁନାଗଡ଼ ରେ ଖୋଜିଲେ ମୂଖିଗୁଡା ଓ ମୂଖିଗୁଡା ରେ ଖୋଜିଲେ ଜୁନାଗଡ଼ ରେ ଅଛି କହି ନିଜ ଘରୁ ଅଫିସ ଚଳାଉ ଥିବା ଚର୍ଚ୍ଚା ହେଉଛି । ମୂଖିଗୁଡା ନିଯୁକ୍ତି ଥାଇ ଏକ୍ଟୋବର ୨୦୨୩ ରୁ ଜୁନାଗଡ ଆର ଏମ ସି ଦାୟିତ୍ୱ ରେ ଅଛନ୍ତି । ତାଙ୍କ କାର୍ୟ୍ୟକାଳ ମଧ୍ୟରେ ମୂଖିଗୁଡା ଓ ଜୁନାଗଡ଼ ଚାଷୀଙ୍କ ପାଇଁ ୯୭ ଗୋଟି ହାଇମେକ୍ସ ଲାଇଟ କିଣାଯାଇ ବଡ କିକ୍ବ୍ୟାକ ହୋଇଥିବା ଅଭିଯୋଗ ମିଳେ । ଗୋଟିଏ ସଂସ୍ଥା ଠାରୁ ହିଁ ତିନୋଟି କୋଟେସନ ଆଣି ବଜାର ଠାରୁ ଚଢ଼ା ଦରରେ ଲାଇଟ କିଣାଯାଇ ଥିବା ଅଭିଯୋଗ ଆସେ । ଏ ବିଷୟରେ ଆଧିକାରୀ ଙ୍କୁ ପଚାରିବା ପାଇଁ ଖୋଜିଲେ ପୁରୁଣା ଜବାବ ମୂଖିଗୁଡା ରେ ଅଛି, ତେଣୁ ଜୁନାଗଡ଼ ରେ ତୁରନ୍ତ ନୂଆ ଆର ଏମ ସି ସେକ୍ରେଟାରୀ ନିଯୁକ୍ତି ପାଇଁ ସାଧାରଣ ରେ ଦାବି ହେବା ସହ ତୁରନ୍ତ ଏ ସବୁର ଭିଜିଲାନ୍ସ ତଦନ୍ତ ହେଲେ ଦୁର୍ନୀତି ଖୋର ଅଧିକାରୀ ଙ୍କ ମୁଖା ଖୁଲନ୍ତା ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *