ଭୁବନେଶ୍ୱର,୧୯/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ସୁମିତ୍ରା ଫାଉଣ୍ଡେସନ୍ ଟ୍ରଷ୍ଟ ଆନୁକୁଲ୍ୟରେ ଜୟଦେବ ଭବନଠାରେ ଟ୍ରଷ୍ଟର ଅଷ୍ଟମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ବିଶିଷ୍ଟ ଗୀତିକବି ତଥା ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଡ. ରବିନାରାୟଣ ସେନାପତି, ବିଶିଷ୍ଟ ଗୀତିକବି, ନାଟ୍ୟ ନିର୍ଦ୍ଧେଶକ ତଥା ଆକାଶବାଣୀର ପୂର୍ବତନ ପ୍ରଶାସନିକ ଅଧିକାରୀ ଗୌର ପଟ୍ଟନାୟକ, ଅବସରପ୍ରାପ୍ତ ଆୟକର ଆୟୁକ୍ତ ତଥା କବି ଶରତ ଦାଶ ଏବଂ ଶିକ୍ଷାବିତ ତଥା କମଳା ନେହରୁ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡ. ଚିତ୍ରା କାନୁନଗୋ ସମ୍ମାନିତ ଅତିଥି ଏବଂ ବକ୍ତା ଭାବରେ ଯୋଗ ଦେଇଥିଲେ ।
ଏହି ଉତ୍ସବରେ କମଳା ନେହରୁ ମହିଳା ମହାବିଦ୍ୟାଳୟର କୃତୀ ଛାତ୍ରୀ ସ୍ୱର୍ଣ୍ଣଲତା ପଣ୍ଡା, ପିଙ୍କି ସାହୁ, ଅର୍ପିତା ବେହେରାଏବଂ ସୁଶ୍ରୀ ସଂଗୀତା ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହିତ ସୁମିତ୍ରା ସମ୍ମାନରେ ସମ୍ମାନିତ କରାଯାଇଥିଲା । ବିଶିଷ୍ଟ ଗୀତିକବି ଡା. ପ୍ରିୟଦର୍ଶିନୀ ମହାନ୍ତି, ଡ. ବିନୋଦିନୀ ପାତ୍ର, ଡ. ଶଶିଭୂଷଣ ବେହେରା, ପୀତାମ୍ବର ମିଶ୍ର, କମଳ କୁମାରୀ ଦାଶ, ବସନ୍ତ ଦାସ, ଅଶୋକ କୁମାର ବେହେରା, ମିନତୀ ମିଶ୍ର, ନିରୁପମା କର, ବୈଦ୍ୟନାଥ ଖିଲାର, ବଂଶୀଧର ସେଠୀ ଏବଂ ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ରଚନାରୁ ଦେବାଶିଷ ମହାପାତ୍ର, ବନ୍ଦିତା ରାୟ, ଗୀତା ଦାଶ, ପ୍ରତିଭା ପ୍ରଧାନ, ସ୍ନେହାଲୀ ସେନାପତି ଡ. ଚନ୍ଦନ ଗନ୍ତାୟତ, ପ୍ରଦୀପ ପଲାଇ, ହର୍ଷା ମିଶ୍ର, ସିଦ୍ଧାନ୍ତ ଶତପଥୀ, ପ୍ରୟତାତ୍ମା ରଥଙ୍କ କଂଠରେ ତଥା ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ସ୍ୱର ସଂଯୋଜନାରେ ପ୍ରସ୍ତୁତ ଏକ ମଧୁର ଗୀତର ଆଲବମ୍ ‘ଗୀତି ଗଜରା ୨୦୨୫’ର ଲୋକାର୍ପଣ ଅତିଥିମାନଙ୍କ ଦ୍ୱାରା ହୋଇଥିଲା । ଚନ୍ଦ୍ରଭାନୁ ମହାପାତ୍ର ମଂଚ ପରିଚାଳନା କରିଥିବା ବେଳେ ପୀତାମ୍ବର ମିଶ୍ର ଧନ୍ୟବାଦ୍ ଦେଇଥିଲେ ।