ଫୁଲବାଣୀ,୧୯/୦୨/୨୦୨୫(ଓଡ଼ିଶା ସମାଚାର)- ଫୁଲବାଣୀର ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକ ଆଉ ନାହାନ୍ତି । ଦିବଙ୍ଗତ ମୃତ୍ୟୁଞ୍ଜୟ ନାୟକ ଙ୍କର ବୟୋଗ ଫୁଲବାଣୀ ରେ କଂଗ୍ରେସ ଦଳ ରେ ଶୋକର ଛାୟା ଖେଳିଯାଇଛି । ଗତକାଲି ୧୮ ତାରିଖ ସନ୍ଧ୍ୟା ୬.୩୦ ମିନିଟ ସମୟରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ ହୋଇଥିଲା । ସେ ଫୁଲବାଣୀରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଓ ଗତକାଲି ଭୁବେନଶ୍ୱରସ୍ଥିତ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
ସେଠାରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । କଂଗ୍ରେସ ଦଳରୁ ସେ ୧୯୮୦,୧୯୯୧,୧୯୯୬ ମିସିହା ରେ ତିନିଥର ସାଂସଦ ହୋଇଥିଲେ । ସେ ଏସସି କମିଶନ ସଦସ୍ୟ ରହି ବେଶ୍ ଦକ୍ଷତା ର ସହ କାର୍ଯ୍ୟ କରି ପ୍ରଶଂସା ସାଉଁଟିଥିଲେ । କନ୍ଧମାଳ ଜିଲ୍ଲାର ଜଣେ ଟାଣୁଆ ଛାମୁଆ ନେତା ମୃତ୍ୟୁଞ୍ଜୟ ନାୟକ ସାଂସଦ ଥିବା ବେଳେ ପାର୍ଲିଆମେଂଟ ଟାଇଗର ଆଖ୍ୟା ପାଇଥିଲେ । ସାଂସଦ ନାୟକ ଙ୍କ ସମୟରେ କନ୍ଧମାଳ ଜିଲାର ବହୁତ ଉନ୍ନୟନ କାର୍ଯ୍ୟ ହୋଇଥିଲା ।
କନ୍ଧମାଳ ଜିଲା ଏବଂ ଜାତୀୟ କଂଗ୍ରେସ ଦଳ ପାଇଁ ଏକ ଅପୁରଣୀୟ କ୍ଷତି । ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକ ଙ୍କ ବିୟୋଗ ରେ ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ଅଭମନ୍ୟୁ ବେହେରା, ଜିଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡ଼ା, ଶିବଶଙ୍କର ବେହେରା,ବରିଷ୍ଠ କଂଗ୍ରେସ ନେତା ହେମନ୍ତ କର, ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ, ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ସନ୍ତୋଷ କୁମାର ପାତ୍ର, ବଂଶୀଧର ସ୍ୱାଇଁ, ପୂର୍ବତନ ଜିଲା କଂଗ୍ରେସ୍ ସଭାପତି ଅନାମ ନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନୁପ୍ତ ପରିବାର ବର୍ଗ ଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।