ଭୁବନେଶ୍ୱର,୧୯/୦୨/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଅବସରପ୍ରାପ୍ତ ପୋଲିସ ଅଧିକାରୀ ତଥା ଦିନଲପି ଦୈନିକ ଖବର କାଗଜର ମୁଖ୍ୟ ସମ୍ପାଦକ ବଟକୃଷ୍ଣ ତ୍ରିପାଠୀଙ୍କ ଦ୍ୱାରା ରଚିତ ଆତ୍ମଜୀବନୀ “ମୋ ଜୀବନ ଜ୍ୟାମିତି” ଭୁବନେଶ୍ୱର ବୁଦ୍ଧ ମନ୍ଦିର ଠାରେ ମଙ୍ଗଳବାର ଉନ୍ମୋଚିତ ହୋଇଯାଇଛିା ଧାରା ଶ୍ରୀରାଧା ଟ୍ରଷ୍ଟର ସହଦେବ ଜୟସିଂହ କାର୍ଯ୍ୟକାରୀ ସଭାପତି ଓ ଅମରେନ୍ଦ୍ର ମହାପାତ୍ର ଅଧ୍ୟକ୍ଷଙ୍କ ଦ୍ୱାରା ଉକ୍ତ ପୁସ୍ତକ ଉନ୍ମୋଚନ ଉତ୍ସବ ଆୟୋଜନ ହୋଇଥିଲା ।
ଉକ୍ତ ପୁସ୍ତକ ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ସୌମ୍ୟରଞ୍ଜନ ପଟ୍ଟନାୟକ, ବୈଷ୍ଣବ ଚରଣ ସାମଲ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଗୋପାଳକୃଷ୍ଣ ଆଚାର୍ଯ୍ୟ ଓ ଜୟନ୍ତୀ ରଥ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ଏକ ସାଧାରଣ ପରିବାରରୁ ଆସି ବହୁ ଘାତ ପ୍ରତିଘାତକୁ ସ୍ୱିକାର କରି ଶ୍ରୀ ତ୍ରିପାଠୀ ପୋଲିସ ଚାକିରୀ କରି ନିଜର ସର୍ବଶ୍ରେଷ୍ଠ ସେବା ପ୍ରଦାନ କରିଥିଲେ । ଛାତ୍ର ଅବସ୍ଥାରୁ ମଧ୍ୟ ରାଜନୀତିରେ ରୁଚି ରଖି ପରବର୍ତୀ ସମୟରେ ଛାତ୍ର ସଂଘର ସଭାପତି ଓ ସମ୍ପାଦକ ହୋଇଥିଲେ ।
ଗଦ୍ୟ ସାହିତ୍ୟରେ ରୁଚି ରଖି ବିଭିନ୍ନ ଲେଖା ମାଧ୍ୟମରେ ମଧ୍ୟ ସମାଜକୁ ଦିଗଦର୍ଶନ ଦେଇଆସୁଛନ୍ତି । ପୁସ୍ତକଟି ସମାଜର ସବୁବର୍ଗ ପାଇଁ ଶିକ୍ଷା ଦେଇଛି । ଶ୍ରୀ ତ୍ରିପାଠୀ ରାଜନୀତି, କଳା ସଂସ୍କୃତି, ଅଭିନୟ, ସ୍ତମ୍ଭକାର, ପୋଲିସ ସେବା ପରି ବିଭିନ୍ନ ବର୍ଗରେ ସୁଖ୍ୟାତି ଅର୍ଜନ କରିଛନ୍ତି । ତେଣୁ ତାଙ୍କ ଜୀବନୀ ସମସ୍ତଙ୍କ ପାଇଁ ନିଶ୍ଚୟ ଶିକ୍ଷା ଯୋଗାଇବ ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଉକ୍ତ ଆତ୍ମଜୀବନୀ ସମାଜ ପାଇଁ ଫଳପ୍ରଦ ହେବ ବୋଲି ପ୍ରଫେସର ବୈଷ୍ଣବ ଚରଣ ସାମଲ ନିଜର ଅଭିଭାଷଣରେ ଉପସ୍ଥାପନ କରିଥିଲେ । ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।