ସଫଳ ଓ ସୁବ୍ୟବସ୍ଥିତ ରଥଯାତ୍ରା ପାଇଁ ବିଭିନ୍ନ ସାହି ବୁଲିଲେ ଏସପି

ପୁରୀ, ୧୪/୦୨/୨୦୨୫(ଓଡ଼ିଶା ସମାଚାର)- ପୁରୀ ଏସପି ଜଗନ୍ନାଥ ମନ୍ଦିରର ଆଖ ପାଖରେ ଥିବା ବିଭିନ୍ନ ସାହି ପରିଦର୍ଶନ କରିଛନ୍ତି । ସାହିଗୁଡିକ ଯଥା ଦୋଳ ମଣ୍ଡପ ସାହି, ଜହ୍ନିମୁଣ୍ଡିଆ ଛକ, ମୋଚିସାହି ଛକ, ଚର୍ଚ୍ଚ ଛକ, ଜେନେରୀ ଛକ, ଲବନୀଖିଆ ଛକ, ମାରଚିକୋଟ ଛକ, ରାଜନଗର ଗଳି । ଆଗାମୀ ରଥଯାତ୍ରା ୨୦୨୫ ପାଇଁ ସେ ପରିଦର୍ଶନ କରିଥିଲେ । ଏଥିରେ ସିଟି ଡ଼ିଏସପି ପ୍ରଶାନ୍ତ କୁମାର ସାହୁ, ଏସି ଘନଶ୍ୟାମ ହେମ୍ବ୍ରମ, ଟ୍ରାଫିକ ଥାନା ଅଧିକାରୀ ଜୟଦୀପ ମହାନ୍ତି, ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ, ସିଂହଦ୍ୱାର ଥାନା ଅଧିକାରିଣୀ ଶ୍ୱେତପଦ୍ମା ଦାସ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ଗସ୍ତରେ ସାହିରେ ଥିବା ବିଭିନ୍ନ ସମସ୍ୟା ଯଥା ରଥଯାତ୍ରା ଏବଂ ସୁନାବେଶ ଛାଡି ଅନ୍ୟ ଦିନ ମାନଙ୍କରେ କିରି ଭକ୍ତମାନଙ୍କର ସୁଥ ହେବ ଏହାସହ ରଥଯାତ୍ରା ଓ ସୁନାବେଶ ସମୟରେ ଏହି ରାସ୍ତାରେ କିପରି ବାରିକେଡ଼ ପଡିବ ବିଭିନ୍ନ ଗଳି ମାନଙ୍କରେ ତା ଉପରେ ବିସ୍ତୃତ ଭାବେ ବୁଝିଥିଲେ । ଏହା ସହ ଏସପି ଭିନୀତ ଅଗ୍ରୱାଲ ବିଭିନ୍ନ ବିଭାଗ ପାଇଁ ଅଧିକାରୀ ମାନଙ୍କୁ ଦାୟିତ୍ୱ ବଂଟନ କରିଛନ୍ତି ଯେପରିକି ଜଗନ୍ନାଥ ମନ୍ଦିର ଭିତର ପରିସର ଓ ତିନିରଥର ଜେନେରାଲ କଡନ ପାଇଁ ଅତିରିକ୍ତ ଏସପି ସୁଶୀଲ ମିଶ୍ର, ବଡଦାଣ୍ଡରେ କ୍ରାଉଡ଼ ନିୟନ୍ତ୍ରଣ ପାଇଁ ଅତିରିକ୍ତ ଏସପି ବିଷ୍ଣୁଚରଣ ପତି, ପୁରୀ ଟାଉନ ଟ୍ରାଫିକ ପାଇଁ ଅତିରିକ୍ତ ଏସପି ଦେବବ୍ରତ ଚକ୍ର, ଆଉଟ ସାଇଡ୍ ଟ୍ରାଫିକ ପାଇଁ ଡ଼ିଏସପି ରବିନାରାୟଣ ଭଞ୍ଜ, ଏନଜିଓ ସହଯୋଗ ପାଇଁ ଅତିରିକ୍ତ ଏସପି ଡିଆଇବି ଦେବୀଶଙ୍କର ପ୍ରତାପ, ଆଣ୍ଟି କ୍ରାଇମ ପାଇଁ ସିଟି ଡ଼ିଏସପି ପ୍ରଶାନ୍ତ ସାହୁଙ୍କୁ ଏହା ସହ ଏହି ଅଧିକାରୀ ମାନଙ୍କୁ ସହଯୋଗ ପାଇଁ ଥାନା ଅଧିକାରୀ ମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି ।

Leave a Reply

Your email address will not be published. Required fields are marked *