୫ଦଫା ଦାବିରେ ଉତ୍କଳ ସାମ୍ବାଦିକ ସଂଘର ଧାରଣା

ଯାଜପୁର, ୦୧/୧୨/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ୫ଦଫା ସମ୍ବଳିତ ନାଯ୍ୟ ଦାବି ପୁରଣ ପାଇଁ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ କର୍ମକର୍ତାଙ୍କ ଆହ୍ୱାନ କ୍ରମେ ଡିସେମ୍ବର ୧ ତାରିଖ ଦିନ ସଂଘର ଯାଜପୁର ଜିଲା ଶାଖା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଅନୁଷ୍ଠିତ ହୋଇଥିଲା । ଦିବା ୧୧ ଘଟିକାରୁ ଦୁଇ ଘଂଟାଧରି ଏହି ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଜିଲାର ୧୦ଟି ବ୍ଲକରୁ ଶତାଧିକ ସଂଘ ସଦସ୍ୟ ଏଥିରେ ଯୋଗଦେଇଥିଲେ । ଜିଲା ଶାଖା ସଭାପତି ହରିହରି ସ୍ୱାଇଁ ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ ଓ ରାଜ୍ୟ ସାଧାରଣ ସଂପାଦକ ବେଣୁଧର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ଧାରଣା କାର୍ଯ୍ୟକ୍ରମରେ ରାଜ୍ୟରେ ଯଥାଶୀଘ୍ର୍ର ବୟସ୍କ ସାମ୍ବାଦିକ ମାନଙ୍କୁ ପେନସନ୍ ପ୍ରଦାନ, ସାମ୍ବାଦିକ ମାନଙ୍କ ପାଇଁ ସୁରକ୍ଷା ଆଇନ ପ୍ରଣୟନ, ପ୍ରଦର୍ତିତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମ୍ବାଦିକ ମାନଙ୍କ ପିତା/ମାତା ଓ ୨୫ ବର୍ଷରୁ ଊଦ୍ଧ୍ୱର୍ ନିର୍ଭରଶୀଳ ସନ୍ତାନଙ୍କୁ ସାମିଲ କରାଯିବା ସହ ରାଜ୍ୟରେ ଯଥାଶୀଘ୍ର ଅଧିସ୍ୱୀକୃତି କମିଟିର ପୁନର୍ଗଠନ କରାଯାଇ ସେଥିରେ ବ୍ଲକ ଠାରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ସମସ୍ତ ସାମ୍ବାଦିକଙ୍କୁ ଅଧିସ୍ୱୀକୃତି ପ୍ରଦାନ ଓ ରାଜ୍ୟରେ ପ୍ରେସ୍ ଏକେଡେମି ଗଠନ କରାଯାଇ ତାହାର ମୁଖ୍ୟାଳୟ ଭୁବନେଶ୍ୱରରେ ସ୍ଥାପନ ଇତ୍ୟାଦି ୫ ଦଫା ଦାବି ସ୍ଥାନୀତ ହୋଇଥିଲା ।

        ଏହି ଧାରଣା କାର୍ଯ୍ୟକ୍ରମରେ ଜିଲା ଶାଖା ସାଧାରଣ ସଂପାଦକ ପିତବାସ ଭୂୟାଁ, ଜିଲା କାର୍ଯ୍ୟକାରୀ ସଭାପତି ଲମ୍ବୋଦର  ବେହେରା, ରଙ୍ଗବଲ୍ଲବ ସାହୁ, ପବିତ୍ର ରଂଜନ ମହାନ୍ତି, ଶୁଭାସିସ ସାହୁ, ପ୍ରଦୀପ ଚାନ୍ଦ, ବିଶ୍ୱନାଥ ପଣ୍ଡା, ଆନନ୍ଦ ଚନ୍ଦ୍ର ସାହୁ, କଳ୍ପତରୁ ପଣ୍ଡା, ଭରତ ନାୟକ, କ୍ଷୀରୋଦ ମୁଦୁଲି, କପିଳେନ୍ଦ୍ର ରାଉତ, ପ୍ରଦୀପ ଜେନା, ଦିବ୍ୟକାନ୍ତ କର, ସଂଜୟ କର, ବିଦ୍ୟାଧର ବେହେରା, ଚିତରଂଜନ ନାଥ, ଅଶୋକ ଦାସ, ବାସୁବବନ୍ଧୁ ଦାସ, ସତ୍ୟବ୍ରତ ନାୟକ, ଲିଙ୍ଗରାଜ ସାହୁ, କୃଷ୍ଣଚନ୍ଦ୍ର ନାୟକ, ବାନ୍ଛାନିଧି ସାହୁ, ଅଶିତ ମହାନ୍ତି, ମନୋଜ ନାୟକ, ଦର୍ଶନ ବେହେରା, ବିଜୟ ରାଉତ, ଚିତ୍ରସେ ଥାନ, ନିଶିକାନ୍ତ ଖଟୁଆ, ଆଶୁତୋଷ ମହାନ୍ତି, ଜିତେନ୍ଦ୍ର ରାଉତ, ଜିମାଂଶୁ ପାଢ଼ି, ସତ୍ୟରଂଜନ ସାହୁ, ଦେବାଶିଷ ସାହୁ, ମନୋଜ ରଣା, ବିରଜା ପାଣି, ଲିଙ୍ଗରାଜ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ଯାଜପୁର ଅତିରିକ୍ତ ଜିଲାପାଳ ସୁଭେନ୍ଦୁ କୁମାର ସାମଲ ଧାରଣା ସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *