୪ର୍ଥ ତୁଷାର ଶ୍ରୀ ଯାତ୍ରା କଳାକାର ସମ୍ମାନ-୨୦୨୫

ଭୁବନେଶ୍ୱର,୧୩/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ମା’ ସୁନାଦେଇ ପ୍ରଡ଼କ୍ଟିନ ଓ ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ୪ର୍ଥ ତୁଷାରଶ୍ରୀ ଯାତ୍ରା କଳାକାର ସମ୍ମାନ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ଜଗନ୍ନାଥ ପ୍ରଧାନ, ସମାଜସେବୀ ରାଜୀବ ସାହୁ, ଡ଼. ପ୍ରକାଶ ଶ୍ରୀଚନ୍ଦନ, ବିଜୟ ଛୋଟରାୟ ଯୋଗଦେଇ କଳାକାରମାନଙ୍କୁ ପୁରସ୍କୃତ କରିଥିଲେ ।

ବରିଷ୍ଠ ଅଭିନେତା ଦେବୀ ପ୍ରସାବ ରଥଙ୍କୁ ଜୀବନବ୍ୟାପି ସାଧନା ନିମନ୍ତେ ସମ୍ମାନିତ କରାଯାଇଥିଲା । ଶିବାନୀ ଗଣନାଟ୍ୟର ” ହାଃ କୃଷ୍ଣ ବୋଲି ଯାଇଯିବ” ଶ୍ରେଷ୍ଠ ନାଟକ ଓ ସୂର୍ଯ୍ୟମନ୍ଦିର ର “ହାଇଦର” ନାଟକକୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ ପ୍ରଯୋଜକ ସୁଶାନ୍ତ କୁମାର ଦାଶ ଶିବାନୀ ଗଣନାଟ୍ୟ, ଶୃଙ୍ଖଳିତ ପ୍ରଯୋଜକ କବିରାଜ ସ୍ୱାଇଁ ସ୍ୱର୍ବ ମହଲ, କିଶୋର ଚନ୍ଦ୍ର ମିଶ୍ର ବିଶ୍ୱଦରବାର, ନବାଗତ ପ୍ରଯୋଜକ ଭାବେ ସିଂହବାହୀନର ସଂଜୀବ ପାଢ଼ୀ, ଶ୍ରେଷ୍ଠ ପରିଇଳକ ସଂଳୟ କରି ଏବଂ ପପୁଲାର ନାୟକ ଓ ପପୁଲାର ନାୟିକା ଭାବେ ଶିବାନୀ ଗଣନାଟ୍ୟର ଗୌର ଦାଶ ଏବଂ କାବେରୀ ପାଢ଼ୀ, ଶ୍ରେଷ୍ଠ ନାୟକ ଓ ନାୟିକା ରୂପେ ସୂର୍ଯ୍ୟମନ୍ଦିରର ପିୟୂଷ ତ୍ରିପାଠୀ ଓ ପ୍ରଭାସିନୀ ପାଣିଗ୍ରାହୀ ।

ସ୍ୱତନ୍ତ୍ର ସମ୍ମାନ ନାୟକ ଓ ନାୟିକା – ଅଶ୍ୱିନୀ ବ୍ରହ୍ମା ଓସେବାରାଣୀ ବେହେରା ।ଖଳନାୟକ-ନିଶିକାନ୍ତ ଜେନା ଓ ଖଳନାୟିକା-ମିନୁ ମହାପାତ୍ର, ଚରିତ୍ର ଅଭିନେତା ଓ ଅଭିନେତ୍ରୀ ହୃଷିକେଶ ମିଶ୍ର ଓ ଇଳି ସ୍ୱାଇଁ, ପାର୍ଶ୍ୱ ଅଭିନେତା-ଅନାଦି ସାହୁ ଓ ମୁନୁ ପଣ୍ଡା, ପାର୍ଶ୍ୱ ଖଳନାୟକ ଓ ଖଳନାୟିକା-କ୍ଷିତିଶ କୁମାର ଓ ଟିକିଲି ପ୍ରଧାନ, ହାସ୍ୟ ଅଭିନେତା ଓ ଅଭିନେତ୍ରୀ-ଅରିକ୍ଷିତ ସ୍ୱାଇଁ, ନିତ୍ୟାନନ୍ଦ ସାହୁ, ସୂଚିତ୍ର ନାୟକ, ଶ୍ରେଷ୍ଠ ବାପା ମା’-ଅନିମା ପାଢ଼ୀ, ଚିର ପାଢ଼ୀ, ଶ୍ରେଷ୍ଠ ଗାୟକଉପେନ୍ଦ୍ର କୁମାର, ଶିବାନୀ ବାରିକ, ଶ୍ରେଷ୍ଠ ଲୋକପ୍ରିୟ ଗାୟକ ଯୋଡ଼ି- ଚିତ ଓ ସୁସ୍ମିତା, ଲୋକପ୍ରିୟ ନୃତ୍ୟ ଯୋଡ଼ି- ରାମ ଓ ରାଗିଣୀ, ଶ୍ରେଷ୍ଠ ନୃତ୍ୟ ଗୁରୁମିଷ୍ଟର ରୋମିଓ, ଶ୍ରେଷ୍ଠ ଗ୍ରୁପ୍ ଡ୍ୟାନ୍ସ ଶିବାନୀ ଗଣନାଟ୍ୟ, ଶ୍ରେଷ୍ଠ ନାଟ୍ୟକାର-ଦୀପକ ଜେନା, ନିହାର ଗଞ୍ଜନ ମହାନ୍ତି ।

ଶ୍ରେଷ୍ଠ ନିର୍ଦ୍ଧେଶକ-କିଶୋର ଖଣ୍ଡୁଆଳ, ପ୍ରଶାନ୍ତ କୁମାର ନାୟକ, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଧେଶକ-କୃପାସିନ୍ଧୁ ବେହେରା, ଶ୍ରେଷ୍ଠ ଗୀତିକାର- ନିଗମ ମିଶ୍ର ଏବଂ ଅନ୍ୟମାନଙ୍କ ମଧ୍ୟରେ ଯୋଗଦେଇଥିଲେ ଶିବିର କୁମାର ପରିଡ଼ା, ପ୍ରଶାନ୍ତ ମହାନ୍ତି, ଉଚ୍ଚକୃଷ୍ଣ ମହାନ୍ତି, ଅବିନାଶ ଦଣ୍ଡପାତ, ବିଶ୍ୱରଞ୍ଜ ନାୟକ, କେଦାର ପଟ୍ଟନାୟକ, ବିଜୟ ବେହେରା, ସଂଗ୍ରାମ ଜେନା, ପ୍ରଭାତି ବାରିକ, ରକେଶ ସେଠୀ, ଅରବିନ୍ଦ ଚାରିକ, ରିତା ମହାନ୍ତି, ସଯୁକ୍ତା ପାଣିଗ୍ରାହି କାର୍ଯ୍ୟକ୍ରମକୁ ପରିସ୍ଖଳନା କରିଥିଲେ ଅନୁଷ୍ଠାନର ସମ୍ପାଦକ ବିବେକାନନ୍ଦ ବାରିକ । ୬୦ରୁ ଉଦ୍ଧ୍ୱର୍ କଳାକାରମାନଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *