ବ୍ରହ୍ମପୁର,୧୩/୦୨/୨୦୨୫(ଓଡ଼ିଶା ସମାଚାର)- ରାଜସ୍ଥାନର ଅଲୱର ଠାରେ ବିଶ୍ୱର ସର୍ବବୃହତ ଶହେ ଦିନରେ ଶହେ ନାଟକ ମଞ୍ଚସ୍ଥ ନିମନ୍ତେ ଅନୁଷ୍ଠିତ ହେଉଛି “ଅଲୱରମ ରଙ୍ଗ ମହୋତ୍ସବ’ । ଯେଉଁଠି ଦେଶର ବିଭିନ୍ନ ରାଜ୍ୟର ବିଭିନ୍ନ ଭାଷାର ନାଟକ ମଂଚସ୍ଥ ହେବ । ଏହି ମହୋତ୍ସବରେ ବ୍ରହ୍ମପୁର ସହରର ଅଗ୍ରଣୀ ନାଟ୍ୟସଂସ୍ଥା ଶାଶ୍ୱତୀ ତରଫରୁ ଓଡ଼ିଆ ନାଟକ “ବସାଘର’ ମଂଚସ୍ଥ ହେବ । ସଂସ୍ଥାର ଏକ ୧୭ଜଣିଆ କଳାକାର ଦଳ ବ୍ରହ୍ମପୁର ରେଳ ଷ୍ଟେସନରୁ ଅଲୱର ଅଭିମୁଖେ ଯାତ୍ରା କରିଛନ୍ତି ।
ଯାଇଥିବା କଳାକାର ଦଳ ଭିତରେ ନାଟକର ନାଟ୍ୟକାର ଭାଗ୍ୟଲକ୍ଷ୍ମୀ ମହାରଣା, ନିର୍ଦ୍ଧେଶକ ରାମଚନ୍ଦ୍ର ସାସମଲ, କୈଳାସ ପାଣିଗ୍ରାହୀ, ରବୀନ୍ଦ୍ର ସାମଲ, ପ୍ରଦୀପ ପଣ୍ଡା, ସଙ୍ଗୀତ ନିର୍ଦ୍ଧେଶକ ଅରୁଣ ସାହୁ,ଆରତୀ ସାମଲ, ଅଞ୍ଜଳି ଦାସ ଭାଗ୍ୟଲକ୍ଷ୍ମୀ, ଚାନ୍ଦମାମା, ପିଙ୍କି, ରଞ୍ଜିତା, ଭବାନୀ ସାଗରିକା, ନବୀନ, ଭଗବାନ, ଶ୍ରୀତମ ଓ ଅନିମେଶ ପ୍ରମୁଖ ରହିଛନ୍ତି । ଦଳ ୧୪ତାରିଖ ଦିନ ସେଠାରେ ନାଟକ ପରିବେଷଣ କରିବ ବୋଲି ସଂସ୍ଥାର ସମ୍ପାଦକ ସୁନିଲ ସ୍ୱାଇଁ ସୂଚନା ଦେଇଛନ୍ତି । ଶାଶ୍ୱତୀ ନାଟ୍ୟ ସଂସ୍ଥାର ପୁରା ଟିମ୍ କୁ ସର୍ବଭାରତୀୟ ନାଟ୍ୟ ପରିଷଦର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଗଞ୍ଜାମ ଜିଲା ନାଟ୍ୟ ନିର୍ଦ୍ଧେଶକ ସଂଘର ସଭାପତି ରାଜଗୋପାଳ ପାଢ଼ୀ ଓ ବ୍ରହ୍ମପୁର କଳାକାର ଏକତା ମଂଚର ସଭାପତି ଅନିଲ ପାତ୍ର ଶୁଭେଚ୍ଛା ଜଣାଇଛନ୍ତି ।