ସୌମ୍ୟରଞ୍ଜନଙ୍କୁ ଡାକ୍ତରୀ ପାଠ ପଢିବାକୁ ଆର୍ଥିକ ସହାୟତା

କେନ୍ଦ୍ରାପଡ଼ା, ୦୫/୦୯/୨୦୨୬ (ଓଡ଼ିଶା ସମାଚାର)- ଆର୍ଥିକ ଭାବେ ସ୍ୱଛଳ ନଥିବା ଜଣେ ମେଧାବୀ ଛାତ୍ରଙ୍କୁ ଡାକ୍ତରୀ ପାଠ ପଢିବାକୁ ଅର୍ଥ ସହାୟତା ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲାର ମହାକାଳପଡା ବ୍ଲକ ବିଜୟନଗର ଗ୍ରାମପଂଚାୟତର ସାହାବାଜପୁର ଗ୍ରାମର କୈଳାସ ସାହୁଙ୍କ ପୁଅ ସୌମ୍ୟରଞ୍ଜନ ସାହୁ ନିଟ୍ ପରୀକ୍ଷାରେ ସଫଳ ହେବା ପରେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲରେ ଡାକ୍ତରୀ ପଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ତାଙ୍କୁ ଆସନ୍ତା ୬ତାରିଖ ମଧ୍ୟରେ ନାମ ଲେଖାଇବାକୁ ପଡିବ । କିନ୍ତୁ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ୱଛଳ ନଥିବାରୁ ସେ ନାମ ଲେଖାଇବାରେ ସମସ୍ୟା ସୃଷ୍ଟି ହୋଇଥିଲା । ଏସମ୍ପର୍କରେ ସମ୍ବାଦପତ୍ରରୁ ଜାଣିବା ପରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ପୁରୁର୍ତେମପୁର ଗ୍ରାମର ସ୍ୱର୍ଗତ ଦୁଃଶାସନ ମହାରଣାଙ୍କ ପୁଅ ଅନନ୍ତ ଚରଣ ମହାରଣା ତାଙ୍କ ନାତୁଣୀ ଦେବାଂଶିକା ମହାରଣା(ଲିଲି)ଙ୍କ ଜନ୍ମଦିନରେ ସୌମ୍ୟରଞ୍ଜନଙ୍କୁ ୧୦ହଜାର ଟଙ୍କାର ଏକ ଚେକ ପ୍ରଦାନ କରିବା ସହ ତାଙ୍କର ଉତରୋତର ସଫଳତା କାମନା କରିଛନ୍ତି । ସୌମ୍ୟରଞ୍ଜନ ଏବେ +୩ ପଦାର୍ଥ ବିଜ୍ଞାନର ଦ୍ୱିତୀୟ ବର୍ଷ ଛାତ୍ର ଭାବେ ଅଧ୍ୟୟନରତ ଅଛନ୍ତି ।

Leave a Reply

Your email address will not be published. Required fields are marked *