.* ଅଗ୍ନି ଦେବତାଙ୍କୁ ଶ୍ରଦ୍ଧାଳୁମାନେ ସୋରିଷ,ଲୁଣ, ଗିଲ ସମର୍ପଣ କଲେ * ଶ୍ରଦ୍ଧାଳୁ ମାନେ ବାଉଁଶ କଣିଆଗରେ ବାଇଗଣ ପୋଡିଲେ
ପାଟକୁରା ୧୨/୦୨/୨୦୨୫ (ଓଡ଼ିଶା ସମାଚାର)- ବୁଧ ବାର ସନ୍ଧ୍ୟାଆଠ ଟା ରେ ଗରଦପୁର ବ୍ଳକ ଅଧୀନ ବେଡାରୀ ମହୁରୀଆ ଦଣ୍ଡା ଅଗୀ ପଡିଆରେ ଅଗ୍ନି ଉତ୍ସଵ ପାଳନ କରାଯାଇଛି । ଏଥିରେ ବେଡାରୀ ଗ୍ରାମର ଜନସାଧାରଣ ଭାଗ ନେଇଥିଲେ । ଏହି ପର୍ବ ଓଡିଶା ରାଜ୍ୟରେ ଏବଂ ଭାରତ ବର୍ଷର ଅନ୍ୟ କେତକ ରାଜ୍ୟରେ ମଧ୍ୟ ପାଳନ କରାଯାଉଛି ।
କୃଷକ ମାନେ ବର୍ଷ ତମାମ ଫସଲ ଅମଳ କରିବା ପରେ ଅଗ୍ନି ଦେବତାଙ୍କୁ ଭୁଜ୍ୟ ଆକାରରେ ଦୁଧ, ଘିଅ, କଦଳୀ, ଛେନ୍ନା, ଗୁଡ଼ ପ୍ରସାଦ ଲାଗି କରନ୍ତି । ପୂର୍ବରୁବାରିକ ସେବାୟତ ଅଗୀ ପଡିଆରେ ଦୁଇଟି କୋଠି ନିର୍ମାଣକରି ସେଥିରେ ଚିତା ପକାଇ ଥାନ୍ତି । ଗ୍ରାମର ଜନ ସାଧାରଣ ଛଣ ଆଣି ଦୁଇଟି କୋଠରୀରେ ଜମା କରନ୍ତି । ବ୍ରାହ୍ମଣ ସେବାୟତ ଶରତ ମିଶ୍ର ଦୁଇ ଗୋଟି କୋଠରୀ ନିକଟରେ ଗ୍ରାମରୁ ସଂଗୃହିତ ପ୍ରସାଦ ଲାଗିକରି ସାରିବାପରେ ଗ୍ରାମର କମାର ସେବାୟତ ଧୂଲେଶ୍ୱର ଓଝାଙ୍କ ସାଳରୁକୀର୍ତନ ସହିତ ନିଆଁ ଆସିଥିଲା । 
ଏହାପରେ ଶରତ ମିଶ୍ର ସମବେତ ଗ୍ରାମବାସୀଙ୍କ ହରିବୋଲ ହୁଳହୁଳି ଓ ସଂକ୍ରିତନ ମଧ୍ୟରେ ଦୁଇ ଗୋଟି ଅଗୀ କୋଠୀର ସନ୍ଧ୍ୟା ଆଠ ଟା ରେ ଅଗ୍ନି ସଂଯୋଗ କରିଥିଲେ । ଶ୍ରଦ୍ଧାଳୁ ମାନେ ଅଗୀ ଉପରକୁ ଲୁଣ, ସୋରିଷ, ଗିଲ ସମର୍ପଣ କରିଥିଲେ ।
ଅଗୀ ଜାଳିବାବେଳେ କୃଷକ ମାନେ ଅଗୀ ପାଉଁଶ ନେଇ ନିଜ କ୍ଷେତରେ ପକାଇଥିଲେ । ବିଶ୍ୱାସ ଅଛି ଅଗୀ ପାଉଁଶ କ୍ଷେତରେ ପକାଇଲେ ଭଲ ଫସଲ ହୁଏ । ସାଙ୍ଗରେ ଆଣିଥିବା ବାଉଁଶ କଣି ଆଗରେ ବାଇଗଣ ଗୁନ୍ଥି ନିଆଁରେ ପୋଡି ଘରକୁ ନେଇଥିଲେ । ଏହାକୁ ଖାଇଲେ ଚର୍ମରୋଗ ହେବନାହିଁବୋଲି ବିଶ୍ୱାସ ଅଛି ।
ନିଆଁକୁ ଛଣ ବରିଆରେ ଆଣି ଦେଇପିଣ୍ଡି ରେ ରଖି ଆସନ୍ତାକାଲି ଏହାକୁ ପାଣି ମିଶାଇ ଘର ଲିପିବେ । ଏପରି କଲେ ଘର ଉପରୁ ଖରାପପ୍ରଭାବ ହଟିଯିବ ବୋଲି ବିଶ୍ୱାସ ଅଛି । ସମୟର ଗତିରେ ଅନେକ ପରମ୍ପରା ଲୁଚିବାକୁ ବସିଥିବା ବେଳେ ଅଗ୍ନି ଉତ୍ସଵ ତାର ପରମ୍ପରା କୁ ଜନ ମାନସରେ ବଜାୟ ରଖିଛି । ଏହି ଉତ୍ସଵପ୍ରତ୍ୟୋକ ଗ୍ରାମରେ ପାଳନ ହେଉଛି ଫଳରେ ସମସ୍ତଙ୍କ ମଧ୍ୟରେ ଭାତୃଭାବ ଭାଇଚାରା ବଜାୟ ରହିଛି । ସନାତନ ଧର୍ମର ଏକ ଅଂଶ ବିଶେଷ ଭାବେ ଏହି ପର୍ବ କେଉଁ ଅନାଦି କାଳରୁ ପ୍ରଚଳନ ହେଉଛି କହିବା କଷ୍ଟକର ବୋଲି ଗ୍ରାମର ବୟସ୍କ ଶିକ୍ଷାବିତ ଅରକ୍ଷିତ ବେହେରା, ପୁର୍ଣଚନ୍ଦ୍ର ଜେନା ମତବ୍ୟକ୍ତ କରିଛନ୍ତି ।
