ନିଆଳୀ,୧୨/୦୨/୨୦୨୫ (ଓଡ଼ିଶା ସମାଚାର)- ନିଆଳୀ ବ୍ଲକ ଦ୍ଵୀପାଞ୍ଚଳ ଏରଞ୍ଚ ସ୍ଥିତ ଦେବୀକନ୍ଦଳ ନିତ୍ୟାନନ୍ଦ ମହାବିଦ୍ୟାଳୟ ର ୪୫ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ମାର୍କଣ୍ଡେଶ୍ୱର ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ନିଆଳୀ ବିଧାୟକ ଇଂ ଛବି ମଲ୍ଲିକ ଯୋଗଦେଇ ପ୍ରଦିପ ପ୍ରଜ୍ୱଳନ କରିବା ସହ ଛାତ୍ର ଛାତ୍ରୀମାନଙ୍କୁ ଅଭିଭାଷଣ ପ୍ରଦାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ , ସାଂସଦଙ୍କ ପ୍ରତିନିଧିତଥା ଯୁବ ନେତା ଜ୍ୟୋତିରଂଜନ ମହାନ୍ତି ,ଜିଲ୍ଲାପରିଷଦ ସଭ୍ୟା ସୌଦାମିନୀ ମହାପାତ୍ର,ଚେୟାରମ୍ୟାନ ନିଆଳୀ ଉମେଶ ଚନ୍ଦ୍ର ବେହେରା,ଭୁବନାନନ୍ଦ ମହାପାତ୍ର, ଏବଂ ସ୍ଥାନୀୟ ସରପଞ୍ଚ ନିରଞ୍ଜନ ବେହେରା ପ୍ରମୁଖ ଯୋଗଦେଇଥିଲେ । ପ୍ରଫେସର ମନୋଜ କୁମାର ସେନାପତି ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଉପସଭାପତି ଡ. ଅଜୟ କୁମାର ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ ।
ଡ. ଅନୁପ ରଂଜନ ମାର୍ଥା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଡ. ଅମୂଲ୍ୟରତ୍ନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶକ ମାର୍କଣ୍ଡେଶ୍ୱର ମହାପାତ୍ରଙ୍କ ଦ୍ୱାରା ସଲୀଳା ବାର୍ଷିକ ମୁଖପତ୍ର ୨୦୨୩-୨୪ କୁ ବିଧାୟକଙ୍କ ସମେତ ସମସ୍ତ ଅତିଥି ମାନଙ୍କଦ୍ୱାରା ଉନ୍ମୋଚନ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀପ୍ରିୟା ବେହେରା,ପୂର୍ଣ୍ଣଚନ୍ଦ୍ର ଦାସ,ପ୍ରଭାତ କୁମାର ଜେନା,ଅଶୋକ କୁମାର ରଥ,ଚିତ୍ତରଂଜନ ଦାସ,ପ୍ରବୀର କୁମାର ଜେନା,ଡ.ମୋନାଲିସା ଚକ୍ରବର୍ତ୍ତୀ, ଅଶୋକ କୁମାର ସାହୁ,ଡ.ନିରଂଜନ ମହାପାତ୍ର,ସୁବ୍ରତ କୁମାର ବେହେରା,ସ୍ୱରାଜ କିସକୁ,ଗୋପାଳକୃଷ୍ଣ ମିଶ୍ର,ବିଶ୍ୱଜିତା ରାଉତ,ଡ ବିରେନ କୁମାର ପ୍ରଧାନ,ସୁଛନ୍ଦା ପରିଜା,ସଂଜୟ କୁମାର ସାହୁ.ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରୀ ଅଲିଭା ରାୟଙ୍କ ସୁନ୍ଦର ଉପସ୍ଥାପନା ଏବଂ ଛାତ୍ରୀ ବିଶ୍ୱପ୍ରିୟା ପ୍ରଧାନଙ୍କ ଓଡିଶୀ ସାଜସଜ୍ଜାର ନୃତ୍ୟ ସମସ୍ତଙ୍କ ହୃଦୟକୁ ଛୁଇଁଥିଲା.ଏହା ସହିତ ବିଭିନ୍ନ ସାଂସ୍କୃତିକ ତଥା ଅନ୍ୟ କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ଅଧ୍ୟାପକ,ଅଧ୍ୟାପିକା,ଛାତ୍ର,ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା ।
ଦେବୀକନ୍ଦଳ ନିତ୍ୟାନନ୍ଦ ମହାବିଦ୍ୟାଳୟର ୪୫ତମ ସ୍ୱନକ୍ଷତ୍ରଦିବସ ପାଳିତ
