ଅଥଙ୍ଗା କୁଲେଇଶୁଣୀ ମନ୍ଦିରରୁ ଦୂର୍ଗା ମୂର୍ତ୍ତି ଚୋରି

 କଟକ ସଦର ,୦୮/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ କାଠଯୋଡି ନଦୀ ତଟରେ ଅବସ୍ଥିତ ଅଥଙ୍ଗା ଗ୍ରାମର ଗ୍ରାମଦେବତୀ ମା’ କୁଲେଇଶୁଣୀ ମନ୍ଦିରରୁ ଗତକାଲି ସୋମବାର ରାତିରେ ଦୂର୍ଵୃତ୍ତ ମାନେ ଦୂର୍ଗା ମୂର୍ତ୍ତି ଚୋରି କରି ନେଇଥିବା ଅଭିଯୋଗ ହୋଇଛି।

ଦୂର୍ଵୃତ୍ତ ମାନେ ମନ୍ଦିରର ଗ୍ରୀଲ ତାଡି କୋଲପ ଭାଙ୍ଗି ମନ୍ଦିର ସିଂହାସନରୁ ରୁପା ମୂର୍ତ୍ତି ସହିତ ଅନ୍ୟାନ୍ୟ ଦେବାଦେବୀଙ୍କ ଚାରୋଟି ରୁପା ମୁକୁଟ ମଧ୍ୟ ନେଇଯାଇଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଚଳାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *