ଏଡସ୍ ଦିବସ ପାଳିତ 

“ରୋଗକୁ ଘୃଣା କର ,ରୋଗୀ ଙ୍କୁ ସହାନୁଭୂତି ଦେଖାଅ”

ଭୁବନ, ୦୨/୧୨/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ ସୁପ୍ତିମୟୀ ସେନ ସଭାପତିତ୍ବ କରି କହିଥିଲେ ଯେ,ସଂଯମତା ଓ ସଚେତନତା ଅଭାବରୁ ଦିନକୁ ଦିନ ଏଡସ୍ ରୋଗୀ ଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରୋଗ କୁ ଘୃଣା କର କିନ୍ତୁ ରୋଗୀ ଙ୍କୁ ସହାନୁଭୂତି ଦେଖାଅ ବୋଲି ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ୟୁଥ୍ ରେଡକ୍ରସ କାଉନସେଲର ନମିତା ଦ୍ବିବେଦୀ ରୋଗର ଲକ୍ଷଣ,ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ। କେବଳ ସଚେତନତା ହିଁ ସୁରକ୍ଷା ବୋଲି କହିଥିଲେ । ଏହି ଅବସରରେ ମଞ୍ଜୁସା ମଞ୍ଜରୀ ମିଶ୍ର, ପ୍ରଣତୀ ବେହେରା,ବିଜୟ ପୃଷ୍ଟି,ସୁଧାଂଶୁ ବେହେରା ଓ ସୁଧାଂଶୁ ଶେଖର ଓଝା ଙ୍କ ତତ୍ତ୍ଵାବଧାନରେ ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭଯାତ୍ରା କଲେଜ ପରିସରରୁ ବାହାରି ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲା ।

Leave a Reply

Your email address will not be published. Required fields are marked *