ଭୁବନେଶ୍ୱର,୧୧/୦୨/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଭୁବନେଶ୍ୱରର ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ଦ୍ୱାରା ଅନୁଷ୍ଠାନର ସପ୍ତମ ବାର୍ଷିକ ଉତ୍ସବ ଚକାଡ଼ୋଳା ବିହାର ସ୍ଥିତ ଆର.ସି.ଏମ୍ କଲେଜ କ୍ୟାମ୍ପସରେ ଆୟୋଜିତ ହୋଇଯାଇଅଛି । ବିଗତ ଛଅ ବର୍ଷ ଧରି ଏହି ଅନୁଷ୍ଠାନ ତାର ବାର୍ଷିକ ଉତ୍ସବ ମହା ସମାରୋହରେ ଆୟୋଜନ କରିଆସୁଅଛି । ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ମହାପ୍ରଭୁ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ନେପାଳ, ହଷ୍ଟନ୍ ସମେତ ଭାରତ ତଥା ବିଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛି ।ଏହି ବାର୍ଷିକ ଉତ୍ସବ ଆୟୋଜନ କରିବାର ମୂଳ ଉର୍ଦ୍ଦେଶ୍ୟ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟରେ ସୂଚନା ପ୍ରଦାନ କରିବା ସହିତ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବା ।
ପ୍ରଥମେ ଅନୁଷ୍ଠାନର ସାଧାରଣ ସଭା ହୋଇ ଥିଲା.. ସଭାରେ ସମ୍ପାଦକ ଆୟ ଓ ବ୍ୟୟର ହିସାବ ଉପସ୍ଥାପନା କରିଥିଲେ ଏବଂ ଏହା ସର୍ବସମ୍ମତି କ୍ରମେ ଗୃହୀତ ହୋଇ ଥିଲା,ପରେ ପରେ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମନେଇ ସାହୁ ଓ କରମା ବାଇ ଖେଚୁଡ଼ି ବିଷୟରେ ଡକ୍ଟର ଆରତୀ କର ସମ୍ୟକ ଭାବେ କହିଥିଲେ, ପରେ ଚଳଚିତ୍ର ଭାବେ ସମସ୍ତେ ମଞ୍ଚରେ ଲାଗିଥିବା ସ୍କ୍ରିନରେ ଦେଖିଥିଲେ, ଓଡିଶା ପୁରାତନ ଧୂଡକୀ ଭଜନର କାର୍ଯ୍ୟକ୍ରମ କରାଯାଇ ଥିଲା, ପରେ ପରେ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଭଜନ ଓ ପୁରାତନ ଭଜନ ର କାର୍ଯ୍ୟକ୍ରମ ହୋଇଥିଲା, ଶ୍ରୀ ଜଗନ୍ନାଥ ପାଞ୍ଚ ରାତ୍ର ଅନୁଷ୍ଠାନ ଉଦେଶ୍ୟ ସ୍କନ୍ଦ ପୁରାଣର ବାର୍ତ୍ତା ଓ ଶ୍ରୀ ଜଗନ୍ନାଥ ଚେତନା ର ଜାଗରଣ ରାଜ୍ୟ ଦେଶ ଓ ଦେଶ ବାହାରେ ପ୍ରଚାର ଓ ପ୍ରସାର ଏକ ପ୍ରୟାସ।
ଏହି ବାର୍ଷିକ ଉତ୍ସବଟିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଶ୍ରୀଯୁକ୍ତ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ପୁରୀ ଝାଞ୍ଜପିଟା ମଠର ମଠାଧୀଶ ବାବାଜୀ ସଚ୍ଚିଦାନନ୍ଦ ଦାସ ମହାରାଜ, ପୁରୀ ଭାଗବତ ଆଶ୍ରମର ବାବା ବ୍ରଜବନ୍ଧୁ ଦାସ, ପୁରୀ ଶ୍ରୀମନ୍ଦିର ମା’ ଶୁଭଦ୍ରାଙ୍କ ବାଡଗ୍ରାହୀ ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସମହାପାତ୍ର । ପରେ ପରେ ମୁଖ୍ୟ ବକ୍ତା ଭାବରେ ବ୍ରହ୍ମଚାରୀ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜାଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ କଥାମୃତ ପରିବେଶିତ ହୋଇଥିଲା ।
ଏହି ସପ୍ତମ ବାର୍ଷିକ ଉତ୍ସବରେ ସମ୍ମାନୀୟ ଅତିଥି ଭାବରେ ପଦ୍ମଶ୍ରୀ (ଡକ୍ଟର) ଅଶୋକ କୁମାର ମହାପାତ୍ର, ଖଣ୍ଡପଡ଼ାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ୱାଇଁ, ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମଙ୍ଗରାଜ ଏବଂ ଆର.ସି.ଏମ୍ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରବୀର ପାଲ ଯୋଗଦେଇଥିଲେ ଓ ଅନୁଷ୍ଠାନ ଦ୍ୱାରା ସେମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରେଣ୍ୟ ସାଧୁ, ସନ୍ଥ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ଉତ୍ସବଟିକୁ ସାଫଲ୍ୟମଣ୍ଡିତ କରିଥିଲେ ।
ଉତ୍ସବଟିକୁ ଆୟୋଜନ କରିବାରେ ସହଯୋଗ କରିଥିଲେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର ସଭାପତି ପୂଜ୍ୟ ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ମହାରାଜ, ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକ, ସହ ସମ୍ପାଦକ ଶ୍ରୀ ନିରଞ୍ଜନ ଦାଶ, ଉପ ସଭାପତି ଶ୍ରୀ ବୈକୁଣ୍ଠ ମହାପାତ୍ର ଓ ସଂଗଠନ ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର ।ମଞ୍ଚ ପରିଚାଳନାକରିଥିଲେ ଶ୍ରୀ ଅଭିନନ୍ଦନ ଦାସ ।
