ଭୁବନେଶ୍ୱର,୧୧/୦୨/୨୦୨୫(ଓଡ଼ିଶା ସମାଚାର)- ଭୁବନେଶ୍ୱର ଉପକଣ୍ଠ ଧଉଳି ଶାନ୍ତିସ୍ତୂଠାରେ ଚାଲିଥିବା ଧଉଳି-କଳିଙ୍ଗ ମହୋତ୍ସବ ଉଦଯାପିତ ହୋଇଯାଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ଆର୍ଟ ଭିଜନ ମିଳିତ ଆନୁକୂଲ୍ୟରେ ଶାନ୍ତିସ୍ତୂ ପାଦଦେଶରେ ୩ଦିନ ଧରି ଚାଲିଥିବା ୨୧ତମ ଧଉଳି-କଳିଙ୍ଗ ମହୋତ୍ସବ ଉଦଯାପିତ ହୋଇଯାଇଛି ।
ଉଦଯାପନୀ ସଂଧ୍ୟାର ପ୍ରଥମ ପରିବେଷଣରେ ଓଡ଼ିଶୀ, କଥକ, ଭାରତନାଟ୍ୟମ୍ ଏବଂ ମୋହିନୀଆଟ୍ଟମର ମିଶ୍ରଣରେ ପ୍ରସ୍ତୁତ ଦଳଗତ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା । ଓଡ଼ିଶା ଡ୍ୟାନ୍ସ ଏକାଡେମୀ, ଖାନକ ଇନଷ୍ଟିଚ୍ୟୁଟ୍ ଅଫ୍ ପରଫର୍ମିଂ ଆର୍ଟସ୍, ପବିତ୍ର ଆର୍ଟ ଭିଜୁଆଲ୍ ଇନଷ୍ଟିଚ୍ୟୁଟ୍ ଏବଂ ଇଂଟରନ୍ୟାସନାଲ୍ ଏକାଡେମୀ ଅଫ୍ ମୋହିନୀଆଟ୍ଟମ ନୃତ୍ୟ ଅନୁଷ୍ଠାନର ଶିଳ୍ପୀମାନେ ଏହାକୁ ପରିବେଷଣ କରିଥିଲେ । ଏହାପରେ ଶିଳ୍ପୀମାନେ ଗଣେଶ ବନ୍ଦନା ଶ୍ରୀକୃଷ୍ଣ ଶରଣମ୍ ନମଃ ପରିବେଷଣ କରିଥିଲେ । ଦ୍ୱିତୀୟ ପ୍ରସ୍ତୁତିରେ ବେଙ୍ଗାଲୁରୁର କର୍ଣ୍ଣୁକୋପିଆ କ୍ରିଏସନ୍ସ ଦ୍ୱାରା ଜନାର୍ଦ୍ଧନ ରାଜ ଉର୍ସଙ୍କ ନିର୍ଦ୍ଧେଶନାରେ ସମସାମୟିକ ନୃତ୍ୟ ପରିବେଷିତ ହୋଇଥିଲା । ଅନ୍ତିମ ପର୍ଯ୍ୟାୟରେ ମୟୂରଭଞ୍ଜ ମୟୂର କଳାକେନ୍ଦ୍ରର ଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ଛଉ ନୃତ୍ୟରେ ଦର୍ଶକ ବିଭୋର ହୋଇଥିଲେ ।
ଧଉଳି-କଳିଙ୍ଗ ମହୋତ୍ସବ ଉଦଯାପିତ
