ରାଜନୈତିକ ଗୋଷ୍ଠୀ ବିବାଦକୁ ନେଇ ଅଶାନ୍ତ ହେଉଛି ଵାରଦା ପଞ୍ଚାୟତ, ବିଜେଡ଼ି କର୍ମୀଙ୍କ ଚାଷ ଘରକୁ ପୋଡିଦେଲ ଦୁର୍ବୃତ ।

କଟକ ସଦର ୨୫/୬/୨୦୨୪ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ନିର୍ବାଚନ ମଣ୍ଡଳୀ ତଥା କିଶନନଗର ଥାନା ଅନ୍ତର୍ଗତ ଵାରଦା ପଞ୍ଚାୟତରେ ନିର୍ବାଚନ ପରଠାରୁ ଲାଗି ରହିଥିବା ଗୋଷ୍ଠୀ ବିବାଦ ତୀବ୍ର ହେବାରେ ଲାଗିଥିବା ଵେଳେ ପରିସ୍ଥିତି ଅଶାନ୍ତ ଆଡକୁ ଅଗ୍ରସର ହେଉଛି। ଗତ ରବିବାର ରାତିରେ ଉଭୟ ବିଜେଡ଼ି ଓ ବିଜେପି ସମର୍ଥକ ମାନଙ୍କ ମଧ୍ୟରେ ମାଡଗୋଳ ଓ ହଣାକଟା ରେ ଉଭୟ ପକ୍ଷର ତିନି ଜଣ ଆହତ ହୋଇଥିବା ଥାନାରେ ପୃଥକ ପୃଥକ ଦୁଇଟି ମାମଲା ରୁଜ୍ଜୁ ହୋଇଛି । ପୁଣି ସୋମବାର ବିଳମ୍ବିତ ରାତିରେ ଜନୈକ ବିଜେଡ଼ି ସମର୍ଥକ ମନୋରଞ୍ଜନ ପଟାୟତ ଓରଫ ମନୁଆଙ୍କ ନାନକାର ଗଡା ନିକଟରେ ଥିବା ଫାର୍ମ ହାଉସ ର ଏକ ଚାଷ ଘରକୁ ଦୁର୍ବୃତ ମାନେ ନିଆଁ ଲଗାଇ ପୋଡି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଉକ୍ତ ଘରେ ଥିବା ଲକ୍ଷାଧିକ ଟଙ୍କାର ଚାଷ ଉପକରଣ ସହିତ ଟଙ୍କା ପଇସା ଓ ମୋବାଇଲ୍ ଫୋନ୍ ସବୁ ପୋଡ଼ି ଭସ୍ମୀଭୂତ ହୋଇଯାଇଛି ବୋଲି ମନୋରଞ୍ଜନ ଏତାଲାରେ ଦର୍ଶାଇଥିବା ବେଳେ ଚାରି ଜଣ ସନ୍ଦିଗ୍ଧଙ୍କ ନାଁ ମଧ୍ୟ ଦର୍ଶାଇଥିବା ଜଣାପଡିଛି। ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ବି ସବୁ ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। ଆଗକୁ ପୋଲିସ ସତର୍କତା ଅବଲମ୍ବନ ନକଲେ ଅଶାନ୍ତ ପରିସ୍ଥିତି ଅଣାୟତ୍ତ ହେଵା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ବୋଲି ମତପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *