ବିଭିନ୍ନ ସ୍ଥାନରେ ଘୋଷଯାତ୍ରା ଅନୁଷ୍ଠିତ

ନିରାକାରପୁର,୮/୭/୨୦୨୪ (ଓଡ଼ିଶା ସମାଚାର)- ବିଶ୍ୱ ପ୍ରସିଦ୍ଧ ଗୁଣ୍ଡିଚା ରଥ ଯାତ୍ରା ଅବସରରେ ଖୋର୍ଦ୍ଧା ଜିଲ୍ଲା ଓଳସିଂହ ଓ କାଇମାଟିଆ ରେ ଅନୁଷ୍ଠିତ ହୋଇଯାଇଛି ଘୋଷଯାତ୍ରା । ଓଳସିଂହ ଗ୍ରାମର ଆରାଧ୍ୟ ଦେବ ପତିତପାବନ ଦେବଙ୍କ ରଥଯାତ୍ରା ନିତିକାନ୍ତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନ ସାଢେ ତିନି ଘଟିକା ସମୟରେ ପତିତ ପାବନ ଦେବଙ୍କ ନିତିକାନ୍ତି ପୁଜାପରେ ପହଣ୍ଡି ବେଜ କରିସାରିବା ପରେ ରଥକୁ ବିଜେ କରିଥିଲେ ପତିତପାବନ ଦେବ ।ପୁଜକ ବ୍ରଜମୋହନ ତ୍ରିପାଠୀ ଛେରା ପହଁରା କରିସାରିବା ପରେ ଗ୍ରାମର ଶହ ଶହ ଭକ୍ତ ପତିତପାବନ ରଥକୁ ଗ୍ରାମ ପରିକ୍ରମା କରିଥିଲେ । ହଜାରେ ହଜାରେ ଲୋକଙ୍କ ହରିବୋଲ ହୁଳହୁଳୀ ଘଂଟା ଘଂଟି ନାଦରେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଗ୍ରାମ ପରିକ୍ରମା କରିସାରିବା ପରେ ମାଉସିମା ମନ୍ଦିରରେ ପତିତ ପାବନ ଦେବ ବିଜେ କରିଥିଲେ ।୯ଦିନ ଧରି ଲିଳାଖେଳା କରି ବହୁଡା ଦିନ ପ୍ରତ୍ୟାବର୍ତନ କରିବେ । ଯୁବନେତା ରଞ୍ଜନ କୁମାର ଭୋଳ,ସମାଜସେବୀ ଦେବରାଜ ବରିଶଲ,ନରାୟଣ ବୈରିଗଞ୍ଜନ,ଓଳସିଂହ ଯୁବ ପରିଷଦର,ସ୍ଥାନୀୟ ପୋଲିସଙ୍କ ତତ୍ୱାବଧାନରେ ରଥଟଣା କାର୍ଯ୍ୟ କରାଯାଇଥିଲା । ସେହିପରି କାଇମାଟିଆ ଗ୍ରାମରେ ପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କୁ ନିନ୍ଧିଷ୍ଟ ନୀତୀକାନ୍ତି ପରେ ପହଣ୍ଡି ଅଣାଯାଇ ରଥାରୁଢ କରାଯାଇଥିଲା । ସମାଜସେବୀ କାଳୁ ଚରଣ ଖଣ୍ଡୟତରାୟ ଛେରାପହଁରା କାର୍ଯ୍ୟକ୍ରମ ସମାପନ କରିବା ପରେ ହଜାର ହଜାର ଭକ୍ତ ରଥକୁ ଟାଣି ଟାଣି ନେଇ ମଧୁପୁର ସ୍ଥିତ ମାଉସୀ ମାଆ ମନ୍ଦିର ନକଟରେ ପହଂଚାଇଥିଲେ । ନିରାକାରପୁର ଓ ଗଡ଼ଖାରଦ ଗ୍ରାମରେ ଜଗନ୍ନାଥ ମନ୍ଦିର ପକ୍ଷରୁ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *