୮ମ ଥଇଥାନ ଓ ପାରିପାର୍ଶ୍ବିକ ଉନ୍ନୟନ ପରାମର୍ଶ ଦାତା କମିଟି ବୈଠକ।

ଯାଜପୁର,୨୧/୯/୨୦୨୪ (ଓଡ଼ିଶା ସମାଚାର)-ଆଜି କଳିଙ୍ଗନଗର ଇଣ୍ଡଷ୍ଟ୍ରିଆଲ କମ୍ପ୍ଲେକ୍ସ ଠାରେ ୮ମ ଥଇଥାନ ଓ ପାରିପାର୍ଶ୍ବିକ ଉନ୍ନୟନ ପରାମର୍ଶ ଦାତା କମିଟି ବୈଠକ (RPDAC) କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ବି. ପରମେଶ୍ବରନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଯୋଗଦେଇ ଓଡ଼ିଶାର ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ କହିଲେ ବିସ୍ଥାପିତ ଲୋକମାନଙ୍କର ବହୁତ କିଛି ସମସ୍ୟା ରହିଛି। ଏହାର କିଭଳି ଭାବରେ ସମାଧାନ ହୋଇପାରିବ, ନିଯୁକ୍ତି ପାଇପାରିବେ ସେ ସମ୍ପର୍କରେ ଶିଳ୍ପ ଅନୁଷ୍ଠାନର ଅଧିକାରୀମାନେ ବିଶେଷ ଦୃଷ୍ଟି ଦେବେ। ଜିଲ୍ଲାରେ ସି.ଏସ୍.ଆର. ପାଣ୍ଠିରେ କ’ଣ କ’ଣ ଉନ୍ନତି ମୂଳକ କାର୍ଯ୍ୟ ହୋଇଛି। ବୈଠକରେ ଯୋଗଦେଇ ଯାଜପୁର ସାଂସଦ ଡ଼ା. ରବିନାରାୟଣ ବେହେରା କହିଲେ ଏହି ଅଞ୍ଚଳର ସମସ୍ୟା ଗୁଡ଼ିକର କିପରି ସମାଧାନ ହେବ ଏହା ସମସ୍ତେ ମିଳିମିଶି ଆଲୋଚନା କରିବା। ବୈଠକରେ ଅଧ୍ୟକ୍ଷତା କରି କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଶ୍ରୀ ବି. ପରମେଶ୍ବରନ କହିଲେ ଆଠ ବର୍ଷ ପରେ RPDAC ବୈଠକ ଅନୁଷ୍ଠତ ହୋଇଛି। ବିସ୍ଥାପିତ ଲୋକମାନଙ୍କର ଆଶା, ଆଶଙ୍କା ରହିଛି ସେହି ଉପରେ ଆଲୋଚନା ହେବ। ସରକାରୀ ଅଧିକାରୀ, ଶିଳ୍ପାନୁଷ୍ଠାନ କର୍ତ୍ତୁପକ୍ଷ ଓ ବିସ୍ଥାପିତ ପରିବାର ସମସ୍ତେ ମିଶି ବିଭିନ୍ନ ସମସ୍ୟାର ସମାଧାନ କରିପାରିବା। ଜିଲ୍ଲାପାଳ ତଥା ମେମ୍ବର କନଭେନର ପି. ଅନ୍ୱେଷା ରେଡ୍ଡୀ ଉପସ୍ଥିତ ରହି କହିଲେ କଳିଙ୍ଗନଗର ଶିଳ୍ପାଞ୍ଚଳ ର ବିସ୍ଥାପିତ ପରିବାର ପାଇଁ ଯେଉଁ ସବୁ ସମସ୍ୟା ରହିଛି ତାହାର ବିଶ୍ଳେଷଣ କରାଯାଇ ଗଠନ ମୂଳକ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଆଦେଶ ଅନୁଯାୟୀ ନିର୍ଦ୍ଧାରିତ ନିଯୁକ୍ତି ନିୟମ ଅନୁଯାୟୀ ବିସ୍ଥାପିତ ପରିବାର ସଦସ୍ୟଙ୍କ ନିଯୁକ୍ତି ବିଷୟରେ ଆଲୋଚନା ହୋଇଥିଲା। ଟା ଟା ଷ୍ଟିଲ ଲିମିଟେଡ, ନୀଳାଚଳ ଇସ୍ପାତ ନିଗମ, ଜେ.ଏସ.ଏଲ୍ ଷ୍ଟେନ ଲେସ ଷ୍ଟିଲ ଲିମିଟେଡ, ମିଡଇଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ଲିମିଟେଡ, ଭିସା ଷ୍ଟିଲ, କେ. ଜେ ଇସ୍ପାତ ଲିମିଟେଡ, ରୋହିତ ଫେରୋଟେକ୍, ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ, ଆପିଜେ ଲଜିଷ୍ଟିକ ଆଣ୍ଡ ପାୱାର ଲିମିଟେଡ ରେ କେତେଜଣ ନିଯୁକ୍ତି ପାଇଛନ୍ତି, ଓ କେତେ ପାଇନାହାନ୍ତି ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଅତିଶିଘ୍ର ସମସ୍ତଙ୍କର ନିଯୁକ୍ତି ସମ୍ପୂର୍ଣ୍ଣ କରିବାକୁ ଆର. ଡି. ସି ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ବିସ୍ଥାପିତଙ୍କ ପାଇଁ ଆଇ କାର୍ଡ, ଟ୍ରାଫିକ ସମସ୍ୟା ଯୋଗୁଁ ଦୁର୍ଘଟଣା, ସମସ୍ୟାର ସମାଧାନ, କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ବୃକ୍ଷରୋପଣ, ଥଇଥାନ କଲୋନୀ ପାଇଁ ଉପଯୁକ୍ତ ସରକାରୀ ଜାଗା, ଚାଣ୍ଡିଆ ଠାରେ ନୂଆ ପଞ୍ଚାୟତ ଅଫିସ ନିର୍ମାଣ, ଗୋବରଘାଟିରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ, କମନ୍ କରିଡ଼ର ପ୍ରଶକ୍ତିକରଣ, ମାଣପୁର୍ ରେଲୱେ ବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳିନୀ ପ୍ରଭା ଜେନା, ଦାନଗଦି ଓ ସୁକିନ୍ଦା ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା, , ଉପ ଜିଲ୍ଲାପାଳ, ଡି.ଏଫ୍.ଓ, କଟକ, ବିସ୍ଥାପିତ ଓ ପ୍ରଭାବିତ ପରିବାର ପ୍ରତିନିଧି, ଶିଳ୍ପାନୁଷ୍ଠାନ ପ୍ରତିନିଧି, ସ୍ବେଛାସେବୀ ସଂଗଠନ ପ୍ରତିନିଧି, ସରକାରୀ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ପ୍ରାରମ୍ଭ ରେ ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗନଗର ଶ୍ରୀ ଲଙ୍କେଶ୍ୱର ଅମାତ ସ୍ୱାଗତ ସୂଚନା  ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *