କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କେନ୍ଦ୍ରାପଡା ଅର୍ବାନବ୍ୟାଙ୍କ ରାଜ୍ୟରେ ଶ୍ରେଷ୍ଠ ଅର୍ବାନ ବ୍ୟାଙ୍କ ଭାବେ ପୁରସ୍କୃତ

କେନ୍ଦ୍ରାପଡ଼ା,୧୬/୧୧/୨୦୨୩ (ଓଡ଼ିଶା ସମାଚାର)- ୭୦ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ରାଜ୍ୟ ସମବାୟ ସଂଘ ପକ୍ଷରୁ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ସମାରୋହରେ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ରାଜ୍ୟର ଶ୍ରେଷ୍ଠ ଅର୍ବାନ ବ୍ୟାଙ୍କ ଭାବେ ପୁରସ୍କୃତ ହୋଇଛି । ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗ୍ୟଲକ୍ଷ୍ମୀ ପଣ୍ଡା, ପରିଚାଳନା ପରିଷଦର ସଦସ୍ୟ ପ୍ରଫୁଲ୍ଲ କୁମାର ସାହୁ, ମହେନ୍ଦ୍ର କୁମାର ପରିଡା, ରଶ୍ମୀରଞ୍ଜନ ଚୌଧୁରୀ, ସାଧାରଣ ପରିଚାଳକ ରାଜୀବଲୋଚନ ପଣ୍ଡା, ସୁରେଶ ଚନ୍ଦ୍ର ପରିଡା, ସୁକାନ୍ତ କୁମାର କର, ଭଞ୍ଜ କିଶୋର ଜେନା ପ୍ରମୁଖ ମୁଖ୍ୟ ଅତିଥି ଅଶୋକ କୁମାର ପଣ୍ଡା ଏବଂ ଅତନୁ ସବ୍ୟସାଚୀ ନାୟକଙ୍କ ଠାରୁ ପୁରସ୍କାର ସ୍ୱରୁପ ଟ୍ରଫି ଓ ମାନପତ୍ର ଗ୍ରହଣ କରିଥିଲେ । ସୂଚନା ଥାଉକି ବ୍ୟାଙ୍କର ବିଭିନ୍ନ ଆର୍ଥିକ ମାନଦଣ୍ଡ ଯଥା ନେଟ-ଏନପିଏ, ସି.ଆର.ଏ.ଆର., କାର୍ଯ୍ୟକାରୀ ମୂଳଧନ, ନେଟ ୱର୍ଥ ଓ ଅଡିଟ ରେଟିରେ ଉନ୍ନତି ଘଟିଥିବାରୁ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ରାଜ୍ୟରେ ଅର୍ବାନ ବ୍ୟାଙ୍କ ବର୍ଗରେ ପ୍ରଥମସ୍ଥାନ ଗ୍ରହଣ କରିଛି । ଏହା କେନ୍ଦ୍ରାପଡା ଜିଲ୍ଲା ପାଇଁ ଏକ ଗର୍ବ ଓ ଗୈାରବର କଥା । ସମସ୍ତେ ମିଳିମିଶି କାମକଲେ ବ୍ୟାଙ୍କ ତା’ର ସୁନାମ ଓ ସଫଳତା ବଜାୟ ରଖିବ ବୋଲି ବ୍ୟାଙ୍କର ସଭାପତି ଗୁରୁ ପ୍ରସାଦ ମହାନ୍ତି ମତ ପ୍ରକାଶ କରିଛନ୍ତି । ଏହି ସଫଳତା ବ୍ୟାଙ୍କର ଅଂଶିଦାର, ସଭ୍ୟ, ଜମାକାରୀ, ହିତାଧିକାରୀ, ଶୁଭେଛୁ ଓ କର୍ମଚାରୀମାନଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଛି । ଏହା ସଭାପତିଙ୍କର ଦୀର୍ଘ ବର୍ଷର ବ୍ୟାଙ୍କିଙ୍ଗ ଅଭିଜ୍ଞତା ଓ ଦୃଢ ନେତୃତ୍ୱ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *