କୁଣ୍ଡି ସୋସାଇଟି ପକ୍ଷରୁ ସମବାୟ ସପ୍ତାହ ପାଳନ

ମାହାଙ୍ଗା ୧୬/୧୧/୨୦୨୩ (ଓଡିଶା ସମାଚାର/ ଅଭୟ ଜେନା )-ରାଜ୍ୟ ସରକାରଙ୍କ ପକ୍ଷରୁ ୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ମାହାଙ୍ଗା ବ୍ଲକ କୁଣ୍ଡି ସମବାୟ ସମିତି ପ୍ରାଙ୍ଗଣରେ ଆଜି ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୃଷି ଓ କୃଷକ ମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସମବାୟ ସମିତି ଜରିଆରେ ବହୁତ ବିକାଶ ମୂଳକ କାର୍ୟ୍ୟ ହାତକୁ ନେଇଥିବା ବେଳେ, ଗ୍ରାମାଞ୍ଚଳରେ ଚାଷୀମାନେ ବେଶ୍ ଉପକୃତ ହୋଇପାରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ସଚେତନତା ରଥ ପରିକ୍ରମା କରାଉଥିବା ଦେଖିବାକୁ ମିଳିଛି । ଚାଷୀମାନେ କିପରି ସମବାୟ ସମିତି ଜରିଆରେ ଉପକୃତ ହୋଇପାରିବେ ସେ ନେଇ ସମିତି ଏକ ସଚେତନତା କାର୍ୟ୍ୟକ୍ରମ ଆୟୋଜନ କରିଥିଲା । ଏହି କାର୍ୟ୍ୟକ୍ରମରେ ସମବାୟ ସମିତିର ସଭାପତି ଅଖିଳେଶ ମହାନ୍ତି, ସମ୍ପାଦକ ଦେବାଶିଷ ପଣ୍ଡା, ରଶ୍ମିତା ପଣ୍ଡା,ରମାକାନ୍ତ ପଣ୍ଡା, ରବୀନ୍ଦ୍ର ପୃଷ୍ଟି, ଉଦୟ, ଲେଙ୍କା ସୁଶାନ୍ତ ବିହାରୀ, ରତିକାନ୍ତ ପୃଷ୍ଟି, ସୌମ୍ୟ ରଞ୍ଜନ ଦାସ, ଅମୀୟ ନାୟକ, ପୁଷ୍ପଲତା ପରିଡା,ବଟକୃଷ୍ଣ ସାହୁ, ସନାତନ ବିହାରୀ,ପ୍ରମୁଖ ଯୋଗଦେଇଥିଲେ । କୁଣ୍ଡି ସେବା ସମବାୟ ସମିତି ପକ୍ଷରୁ ସଚେତନତା ରଥକୁ ସ୍ୱାଗତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *