ଜ୍ୟେଷ୍ଠପୁତ୍ର କାନନ୍ ଦୀପଙ୍କ ସ୍ବାଗତ ତଥା ପୁରାତନ ବର୍ଷ ୨୦୨୩କୁ ବିଦାୟ ସହିତ ନୂତନ ବର୍ଷ ୨୦୨୪ କୁ ସ୍ଵାଗତ କରିବା ଉଦ୍ଦେଶ୍ୟରେ
ଜୁନାଗଡ, ୩୧/୧୨/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ) – ଜୁନାଗଡ ଟାଉନ ହଲ ଠାରେ ଡ ନୀଳମଣି ଦୀପ୍ ଙ୍କ ଆହ୍ଵାନ କ୍ରମେ କଳାହାଣ୍ଡି,ନୂଆପଡ଼ା,ବଲାଙ୍ଗୀର ଜିଲ୍ଲା ର ଏକ ହଜାରରୁ ଉର୍ଦ୍ଧ୍ବ ଓବିସି, ଏସ୍ ଟି, ଏସ୍ ସି, ବୁଦ୍ଧିଜିବୀ ଙ୍କ ଉପସ୍ଥିତ ରେ ଏକ ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମ ରେ ମଞ୍ଚାସୀନ ଥିଲେ ଭନ୍ତେ ମେତ୍ତାନନ୍ଦ, ଭୁନେଶ୍ବରରୁ ଅଭିରାମ ମଲ୍ଲିକ, ଓବିସି ସମାଜରୁ ପ୍ରକାଶ ନାଏକ, ଦୁର୍ଗା ନାଏକ, ହିମାଂଶୁ ବରାଡ ,କମଲିନି ଯାଦବ,,ଶିବ ହାତୀ, ପଦ୍ମଶ୍ରୀ ପଟ୍ଟାୟତ ସାହୁ,ପୂର୍ବତନ ବିଧାୟକ ଅନାମ ନାଏକ, ସୁଗ୍ରୀବ ଦୀପ୍, ପ୍ରେମାନନ୍ଦ ବାଗ, ଚନ୍ଦ୍ରକଳା ମଙ୍ଗରାଜ,ମଞ୍ଚ ପରିଚାଳନା କରି ଥିଲେ କୀର୍ତ୍ତନ ଯାଦବ, ଧନ୍ୟବାଦ ଭାଷଣ ଦେଇଥିଲେ ତରଣୀ ଦୀପ୍। ସଭାରେ ବହୁଜନ ସମାଜ ପ୍ରତି ଶିକ୍ଷା ର ଗୁରୁତ୍ଵ ଓ ଶିକ୍ଷା ଲାଭ କରି ଚାକିରି କରୁଥିବା ବ୍ୟକ୍ତିଙ୍କ ସମାଜ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟ କଣ ହେବା ଦରକାର ତା ଉପରେ ଆଲୋଚନା ହୋଇଥିଲା। ଡ ନୀଳମଣି ଦୀପ୍ ଙ୍କ ପୁଅ କାନନ୍ ଦୀପ୍ ଆମେରିକା ରେ ଉଚ୍ଚ ଶିକ୍ଷା ଲାଭ କରି ଏକ ବହୁ ରାଷ୍ଟ୍ରୀୟ କମ୍ପାନୀରେ ଚାକିରି ପାଇବାରୁ ବହୁଜନ ସମାଜ ତାହାକୁ ସମର୍ଦ୍ଧିତ କରିଥିଲେ। କାନନ୍ ଦୀପ୍ ଆଜି ଘୋଷଣା କଲେ ଯେ ସେ ପ୍ରତି ବର୍ଷ ବହୁଜନ ସମାଜର ୨୦ ଜଣ ଛାତ୍ରଛାତ୍ରୀ ଙ୍କୁ ପାଠ ପଢ଼େଇବେ ଏବଂ ବହୁଜନ ସମାଜର ସମସ୍ତ ଚାକିରିଆ ଭାଇ ବହୁଜନ ସମାଜ କୁ pay back to society ପାଳନ କରିବା ପାଇଁ ଅନୁରୋଧ କରିଥିଲେ। ପ୍ରତ୍ୟେକ ସମାଜର ସମାଜ ମୁଖ୍ୟ, ସମାଜ ସେବୀ,ଶିକ୍ଷାବିତ ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।ଏହି କାର୍ୟ୍ୟକ୍ରମରେ ନୂଆପଡ଼ା ରୁ ନିମାଇଁ ତାଣ୍ଡି, ପ୍ରେମାନନ୍ଦ ବାଗ, ବଲାଙ୍ଗୀର ରୁ ରତିନ୍ଦ୍ର ରାୟ, ଜିତେନ୍ଦ୍ର ସୁନା,କଳାହାଣ୍ଡି ରୁ ଧନଞ୍ଜୟ ଦୀପ୍, ଦିଗମ୍ବର ଦୁରିଆ, ଯତୀନ୍ଦ୍ର କର, ଜଗଦୀଶ ଯାଦବ, ଗଙ୍ଗାଧର ଜାଲ, ଚୈତନ୍ୟ ବେମାଲ, ଯୋଗେଶ୍ଵର ସାଗର, ମୁକୁନ୍ଦ ନିଆଲ, ତିଲକରାମ ନିଆଲ, ଛବିଲାଲ ନିଆଲ୍,ବଳରାମ ଦୁର୍ଗା, ଶତ୍ରୁଘ୍ନ ନାଏକ, ମହାଦେବ ବାଗ, ବସନ୍ତ ନାଏକ, ଦେବରାଜ ଛତ୍ରିଆ,ପ୍ରଭାକର ଜାଲ୍,ବିଷ୍ନୁ ମଙ୍ଗରାଜ, ବସନ୍ତ ନିଆଲ,ଭବାନୀ ନିଆଲ, ପ୍ରଶାନ୍ତ ନାଏକଙ୍କ ସମେତ ହଜାର ରୁ ଉର୍ଦ୍ଧ୍ବ ଲୋକ ଉପସ୍ଥିତ ଥିଲେ।