ଟାଙ୍ଗୀ, ୧୬/୧୧/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର,ଟାଙ୍ଗୀ ବ୍ଲକ ବିଡ଼ିଓ ରେସ୍ମା ଟେଟେ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ର ପ୍ରଵକ୍ତା ସରୋଜ କୁମାର ପାଇକରାୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଘ ର ସଭାପତି ପଦ୍ମନାଭ ବିଶ୍ୱାଳ ସଭାପତିତ୍ୱ କରିଥିବାବେଳେ ସଂଘ ର ଉପଦେଷ୍ଟା ପ୍ରଦୋଷ କୁମାର ଦାସ ସମ୍ପାଦକ ମନୋଜ କୁମାର ପଟନାୟକ, ବରିଷ୍ଠ ଜଗନ୍ନାଥ ଗବେଷକ ଚନ୍ଦ୍ର ଶେଖର ଦାସ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ସଂଘ ପକ୍ଷରୁ ଆଇନ ପରାମର୍ଶ ଦାତା ସଂଦୀପନୀ ମିଶ୍ର ପ୍ରଶସ୍ତି ପତ୍ର ପଠନ କରିବା ପରେ ବର୍ଷିଆନ ରାଜ ନେତା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ଶ୍ରୀଚନ୍ଦନଙ୍କୁ ଉତ୍ତରୀୟ ସହ ପ୍ରସସ୍ତି ପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସର୍ବ ଶେଷରେ ଉପସଭାପତି ମନୋଜ କୁମାର ନାଇଡୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ସଂଘ ର ଅନନ୍ତ ପ୍ରଧାନ, ରାମଚନ୍ଦ୍ର ପରିଡା, ଦୁର୍ଗା ପ୍ରସାଦ ଦାସ, ରଜନୀ କାନ୍ତ ମିଶ୍ର., ରାକେଶ ଜଗଦେବ, ଶଙ୍କରବେହେରା, କମଳଲୋଚନ ପାଇକରାୟ,ଜୟନ୍ତ ସୁବୁଦ୍ଧି, ପ୍ରଦୀପ କୁମାର ସାହୁ, ସୁଶୀଲ କୁମାର ରଣା,ଯଦୁମଣି ବେହେରା,ଅଜୟ ସେଠୀ.ଅଶ୍ୱନୀ କୁମାର ମହାନ୍ତି,ସୂର୍ଯକାନ୍ତ ସାହୁ, ରାକେଶ ମହାନ୍ତି, ପ୍ରଶାନ୍ତ ବେହେରା,ବାଲୁଙ୍କେଶ୍ୱର ବେହେରା ପ୍ରମୁଖ ସହଯୋଗ କରିଥିଲେ।
ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
