Breaking News : ବାରବାଟୀ ଲଢେଇ : ୪ ଓ୍ବିକେଟରେ ଜିତିଲା ଭାରତ,  ହାରିଲା ଇଂଲଣ୍ଡ

ତୃତୀୟ ଦିନିକିଆ ୧୨ ଫେବୃୟାରୀରେ ଅହମଦାବାଦରେ ଖେଳାଯିବ

କଟକ, ୦୯/୦୨/୨୦୨୫ (ଓଡ଼ିଶା ସମାଚାର)- ଦ୍ବିତୀୟ ଦିନିକିଆରେ ଭାରତ ଇଂଲଣ୍ଡକୁ ୪ ଓ୍ବିକେଟରେ ହରାଇଛି । ଏହା ସହିତ ଟିମ୍ ୩ ମ୍ୟାଚର ସିରିଜରେ ୨-୦ରେ ଆଗୁଆ ରହିଛି । ତୃତୀୟ ଦିନିକିଆ ୧୨ ଫେବୃୟାରୀରେ ଅହମଦାବାଦରେ ଖେଳାଯିବ ।

କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ଭାରତ ୪ ଉଇକେଟରେ ବିଜୟୀ ହୋଇ ସିରିଜ କବ୍‌ଜା କରିଛି। ଫଳରେ ୨-୦ରେ ସିରିଜ୍‌ ଅଗ୍ରଣୀ ରହିଛି। ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪୯.୫ ଓଭରରେ ଇଂଲଣ୍ଡ ସମସ୍ତ ଉଇକେଟ ହରାଇ ୩୦୪ ରନ୍‌ର ବିଶାଳ ସ୍କୋର ଛିଡା କରିଥିଲା। ଫଳରେ ଭାରତ ଆଗରେ ୩୦୫ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଥିଲା ଇଂଲଣ୍ଡ। ଜବାବରେ ଭାରତ ୪୪.୩ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଭାରତ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡକୁ ନାଗପୁରରେ ୪ ଉଇକେଟରେ ପରାସ୍ତ କରିଥିଲା। ଚଳିତ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ଖେଳାଯିବ।

https://x.com/ANI/status/1888622327195382084

Leave a Reply

Your email address will not be published. Required fields are marked *