ବିଚିତ୍ରାନନ୍ଦ ସ୍ମାରକି କ୍ରିକେଟ ପ୍ରତିଯୋଗିତା ଚୌଦ୍ୱାର, କଟକ ଦଳ ବିଜେତା

ଖୋରଧା ୨୨/୦୧/୨୦୨୪ (ଓଡ଼ିଶା ସମାଚାର)-ଖୋରଧା, କାଇପଦର ର ବରିଷ୍ଠ ଶିକ୍ଷାବିତ ଏବଂ ଜଣା ଶୁଣା ସମାଜ ସେବୀ ସ୍ବର୍ଗୀୟ ବିଚିତ୍ରାନନ୍ଦ ଚମ୍ପତିରାୟ ଙ୍କ ଅମ୍ଲାନ ସ୍ମୁତି କୁ ଉଜ୍ଜୀବିତ କରି ରଖିବାପାଇଁ ବିଚିତ୍ରାନନ୍ଦ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା -୨୦୨୪ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରତିଯୋଗିତା ରେ ୦୮ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଚୂଡ଼ାନ୍ତ ପ୍ରତିଯୋଗିତା ୨୦ଓଭର ବିଶିଷ୍ଟ ହୋଇଥିବା ବେଳେ ଜକୋବିନ କ୍ରିକେଟ କ୍ଲବ, ଚୌଦ୍ୱାର, କଟକ ବନାମ ସତ୍ୟପୀର ସ୍ପୋଟିଙ୍ଗି କ୍ଲବ, କାଇପଦର ମଧ୍ୟରେ ଏକ ସଂଘର୍ସ ପୂର୍ଣ୍ଣ ସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିଣି କାଇପଦର ଦଳ ବ୍ୟାଟିଂ ନିଷ୍ପତି ନେଇ ୨୦ଓଭର ରେ ୧୯୬ରନ ସଂଗ୍ରହ କରିଥିବାବେଳେ ନିର୍ଧାରିତ ଓଭର ରେ ୮ଉଇକେଟ ବିନିମୟ ରେ ୧୯୭ରନ ସଂଗ୍ରହ କରି ପ୍ରତିଯୋଗିତା ରେ ବିଜୟଶ୍ରୀ ମଣ୍ଡିତ ହୋଇଥିଲେ । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳ ଓ ଖେଳାଳି ମାନଙ୍କୁ ବଧାଇ ଜଣାଇବା ସହ ଖେଳ ଦ୍ୱାରା ମାନସିକ ସ୍ଥିରତା, ଶାରୀରିକ ସୁସ୍ଥତା, ଏକାଗ୍ରତା, ପ୍ରତିଯୋଗିତା ମୂଳକ ଓ ଭାଇଚାରା ଭାବ ସୃଷ୍ଟି କରିଥାଏ ବୋଲି ବକ୍ତବ୍ୟ ଛଳରେ ପ୍ରକାଶ କରିଥିଲେରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅତିଥି ଭାବରେ ଡ଼ଃ ଦିଲ୍ଲୀପ ଶ୍ରୀଚନ୍ଦନ, ଅତିଥି ଭାବରେ ତପନ ପାତ୍ର, ବିପିନ ବିହାରୀ ଶ୍ରୀଚନ୍ଦନ ସନମ ଯାନିଆ ମଞ୍ଚାସିନ ଥିଲେ । ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ଏବଂ ଅର୍ଥ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଉକ୍ତ ଖେଳକୁ ପରିଚାଳନା କରିଥିଲେ ଗୌରଚନ୍ଦ୍ର ମିଶ୍ର ଏବଂ ପ୍ରଦୀପ ଦାସ । ସହଯୋଗ କରିଥିଲେ ଲିଟିଲ ଚମ୍ପତିରାୟ, ସୁରେନ୍ଦ୍ର ଚମ୍ପତି, ପ୍ରମୋଦ ସିଂହ, ମନୋଜ ପାଇକରାୟ ଏବଂ ଉମାକାନ୍ତ ମହାପାତ୍ର ଓ ଅନ୍ୟମାନେ । ମ୍ୟାନ ଅଫ ଦି ମ୍ୟାଚ ଏବଂ ମ୍ୟାନ ଅଫ ଦି ସିରିଜ ଭାବରେ ଯଥା କ୍ରମେ ପଙ୍କଜ ବରାଳ, ଲିଟିଲ ଚମ୍ପତିରାୟ ସମ୍ଭୋର୍ଦ୍ଧିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *