ଗରିବ କିଡନୀ ଆକ୍ରାନ୍ତ ରୋଗୀଙ୍କୁ ବିଧାୟକ ଙ୍କ ଉପହାସ କୁ ନେଇ ଚର୍ଚ୍ଚା 

କଟକ ସଦର, ୧୦/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତ ନାରଦା ଗ୍ରାମର ଜନୈକ ଗରିବ କିଡନୀ ଆକ୍ରାନ୍ତ ରୋଗୀଙ୍କ ପ୍ରତି କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଉପହାସ କୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଯେ ଉକ୍ତ ଗ୍ରାମର ସୟଦ୍ ଆବାସ ଅଲ୍ଲୀ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ବେଳେ ଆଜକୁ ଦୁଇବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ ହୋଇ ଭଙ୍ଗା ଚାଳ ଘରେ ଜୀଵନ ସହିତ ଯୁଦ୍ଧ କରି ପଡ଼ି ରହିଛନ୍ତି। ଏହି ଅଭାବ ସଂସାର ଭିତରେ ପୁଅର ଏଭଳି ଅବସ୍ଥା କୁ ଭାବି ଭାବି ଗତ ୫ ତାରିଖ ଦିନ ଆବାସ ଅଲ୍ଲୀ ଙ୍କ ବାପା ସୟଦ୍ ଜଵାର ଅଲ୍ଲୀ ଙ୍କ ମୃତ୍ୟୁ ହୋଇଯାଇଛି। ବିଧାୟକ ଇଂ ସେଠୀ ଉକ୍ତ ଦିନ ସେହି ଅଞ୍ଚଳରେ ଥିବା ବେଳେ କିଛି ଗଣମାଧ୍ୟମ ପ୍ରତିନିଧି ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଏହା ଜାଣିବା ପରେ ବିଧାୟକ ଆବାସ ଙ୍କ ଘରକୁ ସମବେଦନା ଜଣାଇବା ପାଇଁ ଵାହାରି ପଡିଥିଲେ। ହେଲେ ଏଭଳି ଦୁଃଖଦ ସମୟରେ ବିଧାୟକ ଆକ୍ରାନ୍ତ ଏଵଂ ମୃତକଙ୍କ ଘରକୁ ନଯାଇ ଅଧାଵାଟରୁ ଵାଟଭାଙ୍ଗି ପଳାୟନ କରିବା କୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।ଏହା ପୀଡ଼ିତ ପରିବାର ପ୍ରତି ବିଧାୟକ ଙ୍କର ଉପହାସ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ସରକାର ପୀଡିତ ପରିବାର ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *