ଖୋର୍ଦ୍ଧା, ୨୭/୦୧/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ନିକଟସ୍ଥ ଉଇଲକିଶନ ନଗର ଗ୍ରାମର ମା ଅଁଳାଇ କ୍ରିକେଟ ଖେଳ ପଡିଆ ଠାରେ ୨ ଦିନିଆ ନୂଆଗାଁ ପ୍ରିମୀୟର ଲିଗ ଆଜି ଉଦଘାଟିତ ହୋଇଯାଇଛି। ଗ୍ରାମର ସମସ୍ତ ଙ୍କ ପ୍ରିୟ ତଥା କ୍ରୀଡ଼ାବିତ ଜିତେନ୍ଦ୍ର ମହାରଣା ମହାମାରୀ କୋଭିଡ ସମୟରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ସ୍ମୃତି କୁ ମନେ ପକାଇବା ଏକତା ର ମନ ଭାବ ନେଇ ଦୁଇ ଦିନିଆ ଆରମ୍ଭ ହୋଇଥିବା ଏହି ଖେଳ ଆଜି ଉଦଘାଟିତ ହୋଇଯାଇଛି। ଆଜି ଗ୍ରାମର ସଭାପତି ପୂର୍ଣଚନ୍ଦ୍ର ସାହୁ, ସମାଜସେବୀ ତୁଷାର କାନ୍ତ ବିଶ୍ୱାଳ,ସୁଦର୍ଶନ ବିଶ୍ୱାଳ,ହିମାଂଶୁ ବରାଳ,ଆକାଶ କୁମାର ବିଶ୍ୱାଳ,ଗୋପାଳକୃଷ୍ଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିବା ସହିତ ଏହି ଖେଳ ଦ୍ୱାରା ଗ୍ରାମରେ ଭାଇଚାରା ଓ ଭାତୃତ୍ୱ ଭାବ ସୃଷ୍ଟି ହେଉଛି ବୋଲି କହିଥିଲେ। ୪ ଟି ଦଳକୁ ନେଇ ଆୟୋଜିତ ଏହି ଖେଳ ରେ ପ୍ରଥମେ ବଜରଙ୍ଗୀ ଫାଇଟର ଓ ଅଁଳାଇ ୱାରିଅର ମଧ୍ୟରେ ହୋଇଥିଲା।ବଜରଙ୍ଗୀ ଫାଇଟର ୧୨ ଓଭର ଖେଳି ୭୨ ରନ କରିଥିବା ବେଳେ ଅଁଳାଇ ଦଳ ୧୦ ଓଭର ଖେଳି ୨ ଉଇକେଟ ରେ ୭୩ ରନ କରି ବିଜୟୀ ହୋଇଥିଲେ। ସେହିପରି ପରେ ସିଏସ କେ ୱାରିଅର ଓ ୟୌଙ୍ଗ ଫାଇଟର ମଧ୍ୟରେ ଖେଳ ହୋଇଥିଲା।ଶେଷରେ ସିଏସକେ ୱାରିଅର ର ଜିତେନ୍ଦ୍ର ସାହାଣୀ,ୟୌଙ୍ଗ ଫାଇଟର ର ଦେବାଶିଷ ବିଶ୍ୱାଳ, ଅଁଳାଇ ୱାରିଅର ର ସାଗର ବଳିଆରସିଂ କୁ ମ୍ୟାନ ଅଫ ଦି ମ୍ୟାଚ ଅତିଥି ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।ସମସ୍ତ ଟିମ ର କ୍ୟାପଟେନ ଚନ୍ଦ୍ରକାନ୍ତ ବିଶ୍ୱାଳ,ଧର୍ମେନ୍ଦ୍ର ବିଶ୍ୱାଳ,ରାଜେଶ ବିଶ୍ୱାଳ,ମହେଶ ସ୍ୱାଇଁ,ଙ୍କ ସହିତ ସତ୍ୟନାରାୟଣ ସୁନ୍ଦରାୟ,ଆଲୋକ ପ୍ରଧାନ,ଚିଣ୍ଟୁ ବିଶ୍ୱାଳ,ସନ୍ଦୀପ ପ୍ରଧାନ,ରାଜୀବ ବିଶ୍ୱାଳ,ବବୁଲ ପ୍ରଧାନ,ଦୀପକ କୁମାର ସୁନ୍ଦରାୟ,ରାଜେଶ ବାରିକ,କୃଷ୍ଣଚନ୍ଦ୍ର ସାହୁ,ରଶ୍ମିରଞ୍ଜନ ଦାସ,ଦିପେଶ ବେହେରା,ଉପେନ୍ଦ୍ର ସାହୁ,ସାଗର ବଳିଆରସିଂହ, ଙ୍କ ସହିତ ଗ୍ରାମର ୧୦୦ ରୁ ଉର୍ଦ୍ଧ୍ବ ପିଲା ସହଯୋଗ କରିଥିଲେ।ଆଖ ପାଖ ର ଶତାଧିକ କ୍ରୀଡା ପ୍ରେମୀ ଯୋଗ ଦେଇଥିଲେ।