କେଦାରେଶ୍ୱର ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ରାୟପୁର କପ ଆରମ୍ଭ

ଫୁଲନଖରା,୧୩/୦୧/୨୦୨୫ (ଓଡ଼ିଶା ସମାଚାର)-କଟକ ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣଝରିଲୋ ରାୟପୁର ସ୍ଥିତ କୋଲ୍ଡଷ୍ଟୋର ଖେଳ ପଡିଆରେ କେଦାରେଶ୍ୱର ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ରାୟପୁର କପ୍ ଓ ରାୟପୁର ପ୍ରିମିୟର ଲିଗ ଚଳିତ ମାସ ୧୨ ତାରିଖଠାରୁ ଆରମ୍ଭ ହୋଇଅଛି । ୟୁଥ କ୍ଲବ ପକ୍ଷରୁ ଏହି ପରିପ୍ରେକ୍ଷୀରେ ବ୍ରାହ୍ମଣଝରିଲୋ ସ୍ଥିତ ଦି ବ୍ଲାକ୍ ଫରେଷ୍ଟ ରେଷ୍ଟୁରାଣ୍ଟରେ ଏକ ସାମ୍ବାଦିକ ସମିଳନୀ ଆୟୋଜିତ ହୋଇଥିଲା । ୟୁଥ କ୍ଲବର ସଦସ୍ୟ ଜୟନ୍ତ କୁମାର ଜେନା, ବିକ୍ରମ କେଶରୀ ଜେନା, ରାକେଶ କୁମାର ଜେନା, ଶୁଭେନ୍ଦୁ ଜେନା, ବଟକୃଷ୍ଣ ସାହୁ ଓ ଗଣେଶ ଚନ୍ଦ୍ର ସାହୁ ଯୋଗଦେଇ ଥିଲେ । କେଦାରେଶ୍ଵର ୟୁଥ କ୍ଲବ ଆନୁକୁଲ୍ଯରେ ଦୁଇଟି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଗୋଟିଏ ରାୟପୁର ପ୍ରିମିୟର ଲିଗ୍  ଓ ଅନ୍ୟଟି ରାୟପୁର କପ । ଏହି ଟୁର୍ନାମେଣ୍ଟଟି ଚଳିତ ମାସ ୧୨ ତାରିଖଠାରୁ ଆରମ୍ଭ ହୋଇ ଫାଇନାଲ ୨୬ ତାରିଖରେ ହେବ । ରାୟପୁର ପ୍ରିମିୟର୍ ଲିଗ୍ ରେ  ୮ ଟି ଟିମ୍, ରାୟପୁର କପ ପାଇଁ ୩୨ ଟି ଟିମ ଭାଗ ନେବାପାଇଁ ପଞ୍ଜିକରଣ କରିଛନ୍ତି । ପ୍ରଥମ ଦିନରେ ୪ଟି ଟିମ ଏରଞ୍ଚ, ନିଆଳୀ-ମାଧବ ଓ କୁରାଙ୍ଗଶାସନ, ଅନ୍ଧାରୁଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ୪ଟି ଟିମ୍ ମଧ୍ୟରୁ ଏରଞ୍ଚ କ୍ରିକେଟ ଟିମ କ୍ୱାଟର ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଫୁଲନଖରା ନିଆଳି ରାସ୍ତା ପାର୍ଶ୍ବରେ ଅବସ୍ଥିତ ଏହି ଖେଳ ପଡ଼ିଆରେ ୧୯୮୦ ମସିହାରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଆଛି । ଏଠାରେ ଏକ ସ୍ଥାୟୀ ଷ୍ଟାଡିୟମ କରିବା ପାଇଁ କ୍ରୀଡା ପ୍ରେମୀ ମାନେ ସରକାରଙ୍କ ନିକଟରେ ଦାବୀ ଜଣାଇଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀକୁ ୟୁଥ କ୍ଲବର ରଜତ ମଲ୍ଲିକ, ସତ୍ୟଜିତ ସାହୁ, ରାକେଶ ଜେନା, ଅୟସ ଜେନା, ଚନ୍ଦନ କୁମାର ଜେନା, ରଞ୍ଜନ କୁମାର ରଣା ପ୍ରମୂଖ ପରିଚାଳନା କରୁଛନ୍ତି।

Leave a Reply

Your email address will not be published. Required fields are marked *