ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ନିମନ୍ତେ ଜ଼ିଲ୍ଲାସ୍ତରୀୟ ସମନ୍ୱୟ ବୈଠକ

ଜଗତସିଂହପୁର,୦୪/୦୨/୨୦୨୫ (ଓଡ଼ିଶା ସମାଚାର)-ମଙ୍ଗଳବାର ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତି, ଜଗତସିଂହପୁର ତରଫରୁ ଅତିରିକ୍ତ ଜ଼ିଲ୍ଲାପାଳ ସମ୍ବିତ ରାଉତଙ୍କ ଅଧ୍ୟକ୍ଷତIରେ ଏ.ଡି. ଏମ.ଙ୍କ କକ୍ଷରେ ଜ଼ିଲ୍ଲାସ୍ତରୀୟ କୃମିନାଶକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ଫେବୃଆରୀ ମାସ ୧୦ ତାରିଖରେ(ତା: ୧୦.୦୨.୨୫ ) ଜାତୀୟ କୃମିନାଶକ ଦିବସ ଏବଂ  ଫେବୃଆରୀ ମାସ ୧୭  ତାରିଖରେ  (ତ।: ୧୭.୦୨.୨୫ ) ମପ ଅପ ଦିବସ ପାଳିତ ହେବାକୁ ଯାଉଛି ।   ଉକ୍ତ କାର୍ଯ୍ୟକ୍ରମରେ ୧ ବର୍ଷରୁ ୧୯ ବର୍ଷ ମୋଟ ୨, ୫୫, ୪୫୬  ( ଦୁଇ ଲକ୍ଷ ପଞ୍ଚIବନ ହଜାର ଚାରିଶହ ଛପନ ) ପିଲାଙ୍କୁ କୃମିନାଶକ ସିରପ୍  ଏବଂ ବଟିକା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି  । ସରକାରୀ ବିଦ୍ୟାଳୟରେ ମୋଟ ୧,୧୪୮୭୧ ସଂଖ୍ୟକ ପିଲା ଓ ବେସରକାରୀ ବିଦ୍ୟାଳୟରେ ମୋଟ ୪୦, ୯୫୪ ସଂଖ୍ୟକ ପିଲାଙ୍କୁ କୃମିନାଶକ ଔଷଧ ବିଦ୍ୟାଳୟରେ ପ୍ରଦାନ କରାଯିବ  । ଏଥିସହ ପ୍ରଜଜନକ୍ଷମ ମହିଳା ୨୦ ରୁ ୨୪ ବର୍ଷ ମଧ୍ୟରେ ମୋଟ ୨୧୨୮୮ ଜଣ, ବିଦ୍ୟାଳୟକୁ ଯାଉନଥିବା ପିଲା ମୋଟ ୧୧, ୯୦୮ ଜଣଙ୍କୁ ଅଙ୍ଗନୱାଡି କେନ୍ଦ୍ରରେ ମୋଟ ୫୩,୭୨୦ ଜଣଙ୍କୁ କୃମିନାଶକ ଔଷଧ ଅଲବେଣ୍ଡIଜଲ ସିରପ୍  ଏବଂ ବଟିକା ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଥିଲା । ୧ ରୁ ୨ ବର୍ଷର ଶିଶୁ କୃମିନାଶକ ସିରପ୍ ୫ ମିଲି, ୨ ରୁ ୫ ବର୍ଷର ଶିଶୁଙ୍କୁ ୧୦ ମିଲି ଏବଂ ୬ ରୁ ୧୯ ବର୍ଷ ପିଲାମାନଙ୍କୁ ଓ  ମହିଳାଙ୍କୁ ଗୋଟିଏ ଲେଖାଁ କୃମିନାଶକ ବଟିକା (୪୦୦ ମିଲିଗ୍ରାମ ) ଖାଇବାକୁ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା । ଜାତୀୟ କୃମିନାଶକ ସହ ଫେବୃଆରୀ ମାସର ପ୍ରତ୍ୟେକ ବୁଧବାର ୯ ମାସରୁ ୫୯ ମାସ ପର୍ଯ୍ୟନ୍ତ ଶିଶୁ ଭିଟାମିନ-ଏ ସଲୁସନ ଖାଇବାକୁ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାଲିଟି ଜଗତସିଂହପୁରର ଅଧ୍ୟକ୍ଷା ଅର୍ଚ୍ଚନା ସିଂହ , ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘ୍ନ ଦାଶ, ଅତିରିକ୍ତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ, ଜ଼ିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବିଷ୍ଣୁପ୍ରିୟ। ସେଠି, ଅତିରିକ୍ତ  ଜ଼ିଲ୍ଲା ଶିକ୍ଷା ଅଧିକାରିଣୀ ରାଜ୍ୟଶ୍ରୀ ସାହୁ, ଅତିରିକ୍ତ ଜ଼ିଲ୍ଲା ମଙ୍ଗଳ ଅଧିକାରିଣୀ ରଂଜୁ ଦେଇ, ମ୍ୟୁନିସିପାଲିଟି ଜଗତସିଂହପୁରର ମାନସ ରଞ୍ଜନ ପାଲ, ଆସିଷ୍ଟାଣ୍ଟ ମ୍ୟାନେଜର ସ୍ବସ୍ତି ମହାନ୍ତି, ମନୋରଞ୍ଜନ ମହାପାତ୍ର , ଅମିତା ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ  । ଆସନ୍ତା ଫେବୃଆରୀ ୧୦ ତାରିଖରେ ଜ଼ିଲ୍ଲାସ୍ତରୀୟ କୃମିନାଶକ ଦିବସ ଉଦ୍ଘାଟନ ସରକାରୀ  ଉଚ୍ଚ ବାଳିକା ବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଗଲା । ଶେଷରେ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *